ପୁରୀ: ଆସନ୍ତା ୨୧ ତାରିଖରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଦର୍ଶନ ବେଳେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ସକାଳ ୬ଟାରୁ ୭ଟା ମଧ୍ୟରେ ପୁରୀବାସୀ କରିବେ ଦର୍ଶନ । ପ୍ରଥମ ଦୁଇ-୩ ଦିନ ମାର୍କେଟଛକରୁ ଦର୍ଶନାର୍ଥୀଙ୍କ ପାଇଁ ହେବ ଲାଇନ ବ୍ୟବସ୍ଥା । ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଭାଇରସ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ବିଗତ ୨୬ ଦିନ ହେବ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସେବାୟତ ଓ ସେମାନଙ୍କର ପରିବାର ଲୋକଙ୍କ ପାଇଁ ଶ୍ରୀ ମନ୍ଦିର ଖୋଲିଥିଲା। ୨ୟ ପର୍ଯ୍ୟାୟରେ ପୁରୀବାସୀ ଜଗା ଦର୍ଶନ କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଗତ ୩ ତାରିଖ ଠାରୁ ପୁରୀ ଓ ରାଜ୍ୟବାସୀଙ୍କ ସମେତ ବାରର ରାଜ୍ୟର ଭକ୍ତଙ୍କୁ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିିଳିଛି। କିନ୍ତୁ ଏଯାଏଁ ଜଗା ଦର୍ଶନ ପାଇଁ କୋଭିଡ ନେଗେଟିଭ ଟିପୋର୍ଟ ଦରକାର ପଡୁଥିବା ବେଳେ ଆସନ୍ତା ୨୧ ତାରିଖ ଠାରୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଜଗା ଦର୍ଶନ କରି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

The post ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ, ଦରକାର ପଡ଼ିବନି କୋଭିଡ ନେଗେଟିଭ୍‌ ରିପୋର୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/3szrPBB