
ବାଲିଆପାଳ: ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା ତଳକୁ ଓଲଟିଲା । ଡ୍ରାଇଭର ଇଞ୍ଜିନ ତଳେ ଛାପି ହୋଇ ରହିଥିଲେ। ଦମକଳ ବାହିନୀ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇଛି।
ଆଜି ସକାଳେ ସ୍ଥାନୀୟ ଆଠବ।ଟିଆ ଗ୍ରାମର ବୟ ପାତ୍ରଙ୍କ ପୁଅ ସାହେବ ପାତ୍ର ଏକ ଟ୍ରାକ୍ଟରରେ ବାଲି ନେଇ ସିମୁଳିଆ ବଜାର ନିକଟ ରାସ୍ତାରେ ଯାଉଥିବା ବେଳେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଦଶ ଫୁଟ୍ ରାସ୍ତା ତଳେ ଥିବା ଖାଲ ଭିତରକୁ ଖସି ପଡ଼ିଥିଲା। ଦୁର୍ଭାଗ୍ୟବଶତଃ ଡ୍ରାଇଭର ସାହେବ ଇଞ୍ଜିନ ତଳେ ରହି ଯାଇଥିଲେ। ତେବେ ଗୁରୁତର ଅବସ୍ଥାରେ ତାକୁ ଦମକଳ ବାହିନୀ ଉଦ୍ଧାର କରିଛନ୍ତି।
The post ସିମୁଳିଆ ବଜାର ନିକଟରେ ଓଲଟିଲା ବାଲି ବୋଝେଇ ଟ୍ରାକ୍ଟର, ଚାଳକ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/39Gyj9v
0 Comments