
ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅନ୍ତର୍ଗତ ଗମ୍ଭୀରଗୁଡ଼ା ଗ୍ରାମରେ କକାର ଠେଙ୍ଗା ମାଡ଼ରେ ପୁତୁରାର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି। ସିନାପାଲି ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀଗୁଡ଼ାର ସୁତ ଖରସେଲ(୪୫)ଙ୍କ ଠେଙ୍ଗା ମାଡ଼ରେ ପୁତୁରା ନନ୍ଦ ଖରସେଲ (୩୫)ଙ୍କର ମୃତ୍ୟୁ ଘଟିଛି। କକା-ପୁତୁରାଙ୍କ ଭିତରେ ପୂର୍ବରୁ ଜମିଜମା ବିବାଦ ଥିଲା। ପୁତୁରାକୁ ହତ୍ୟା କରିବା ପରେ ଅଭିଯୁକ୍ତ କକା ଫେରାର ହୋଇ ଯାଇଥିବା ଜଣାଯାଇଛି। ଖବର ପାଇ ସିନାପାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଜମିଜମା ବିବାଦ କାଳ ହେଲା: କକାର ଠେଙ୍ଗା ମାଡ଼ରେ ପୁତୁରା ମୃତ, ଅଭିଯୁକ୍ତ ଫେରାର first appeared on Sambad.
from ଜିଲ୍ଲା – Sambad https://ift.tt/2XKKbBB
0 Comments