
ଫୁଲବାଣୀ : କ୍ରାଇମ୍ବ୍ରାଞ୍ଚ୍ ଟିମ୍କୁ ଆକ୍ରମଣ ଘଟଣାର ୬ ଦିନ ପରେ କନ୍ଧମାଳ ପୁଲିସ ଆକ୍ସନ୍ ମୁଡ଼୍କୁ ଆସିଛି। କାକେନ୍ଦ୍ରିର ୬ ଗ୍ରାମବାସୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ଗୋପୀନାଥ ମଲ୍ଲିକ, ବଶିଷ୍ଠ ପ୍ରଧାନ, କନିଷ୍କ ପ୍ରଧାନ, ମହେନ୍ଦ୍ର ବେହେରା, ନିରାକାର ବେହେରା ଓ କବିରାଜ ବେହେରା। ଏମାନେ ଟିମ୍କୁ ଆକ୍ରମଣରେ ସଂପୃକ୍ତ ବୋଲି ପୁଲିସ କହିଛି। ହେଲେ ଗ୍ରାମବାସୀଙ୍କ ଯୁକ୍ତି, ଏମାନେ ଦୋଷୀ ନୁହନ୍ତି, ପ୍ରକୃତ ଦୋଷୀ ଗାଁ ଛାଡି ଫେରାର ହୋଇଯାଇଛନ୍ତି। ଆଉ କିଛି ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିବା ନିମନ୍ତେ ଯୋଜନା ଚଳାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗତ ୫ ତାରିଖରେ କ୍ରାଇମବ୍ରାଞ୍ଚ ଟିମ କନ୍ଧମାଳ ଜିଲ୍ଲା ସଦର ଥାନା କାକେନ୍ଦ୍ରି ଗାଁରେ ଗଂଜେଇ ଚଢଉ କରିଥିଲେ। କିଛି ଗଂଜେଇ ମାଫିଆ ଗାଁ ଲୋକଙ୍କୁ ଉସୁକାଇ ଟିମ୍ ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଆହତ ହୋଇଥିଲେ। ଏହି ଘଟଣାରେ କିଛି ଗ୍ରାମବାସୀଙ୍କୁ ଅଟକ ରଖିଥିଲେ ବି ଲୋକଙ୍କ ଥାନା ଘେରାଉ ଧମକ ଯୋଗୁଁ କାହାକୁ ଗିରଫ କରିବ ଓ କାହାକୁ ଛାଡ଼ିବ ପୁଲିସ ୫ ଦିନ ହେଲା ଦ୍ବନ୍ଦ୍ବରେ ଥିଲା। ଏପଟେ ଟିମ୍କୁ ଆକ୍ରମଣ ବେଳର ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏ ନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି।
The post କ୍ରାଇମବ୍ରାଞ୍ଚ ଟିମ୍କୁ ଆକ୍ରମଣ ଘଟଣା : ଦମ୍ଭ ଦେଖାଇଲା ପୁଲିସ, ୬ ଗ୍ରାମବାସୀ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3bnSADb
0 Comments