
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ଭିତରେ ଭିତରେ ମାଡ଼ୁଛି କରୋନା ସଂକ୍ରମଣ। ବଢ଼ୁଛି ମୃତ୍ୟୁସଂଖ୍ୟା। ଆଜି ଭିମ୍ସାର କୋଭିଡ୍ ଡାକ୍ତରଖାନାରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସଡ଼କ ଦୁର୍ଘଟଣାରେ ଆହତ ହୋଇ ବୁର୍ଲା ଡାକ୍ତରଖାନାକୁ ଆସିଥିବା ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭିମ୍ସାର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ଅବସ୍ଥାରେ ରବିବାର ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଭିମ୍ସାର ଡାକ୍ତର ଓ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ସୂଚନା ଅନୁଯାୟୀ, ଗତ ୮ ତାରିଖରେ ବରଗଡ଼ ଜିଲ୍ଲା ତୁରୁଙ୍ଗ ଗାଁର ଜଣେ ୨୫ ବର୍ଷୀୟ ଯୁବକ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭିମସାର ଅଣାଯାଇ ଥିଲା। ଏଠାରେ କୋଭିଡ୍ ଟେଷ୍ଟ ପରେ ସେ ପଜିଟିଭ ଥିବାରୁ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ବୌଦ୍ଧର ଜଣେ ୨୮ ବର୍ଷିୟ ଯୁବକ ମୋଟରସାଇକେଲରେ ଯାଉଥିବା ବେଳେ ତାଙ୍କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ତାଙ୍କୁ ଭିମ୍ସାର ଅଣାଯିବା ପରେ ପରୀକ୍ଷା କରାଯିବାରୁ ସେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏମାନଙ୍କ ବ୍ୟତୀତ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ର ଜଣେ ୨୧ ବର୍ଷୀୟ ଯୁବକ, ବଲାଙ୍ଗୀରର ଜଣେ ୩୦ ବର୍ଷୀୟ ଯୁବକ, ବଲାଙ୍ଗୀରର ଜଣେ ୪୮ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡ଼ର ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି।
The post ଭିମ୍ସାରରେ ଆଉ ୭ ଜଣଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/39foq2a
0 Comments