
ଭଞ୍ଜନଗର:ସେ କହିଥିଲେ, ଭିକ୍ଷା, ଆବେଦନ, ନିବେଦନ କରି ପରାଧୀନତାର ଶୃଙ୍ଖଳ ଛିନ୍ନ କରାଯାଏନା। ସ୍ୱାଧୀନତା ପାଇଁ ମୂଲ୍ୟ ଦେବାକୁ ହୁଏ, ଜୀବନର ସର୍ବସ୍ବ ଦେବାକୁ ହୁଏ। ତେଣୁ ତୁମେ ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧୀନତା ଦେବି। ନେତାଜୀଙ୍କ ସେହି ଜୟ ହିନ୍ଦ୍ ଆୱାଜ୍ ଏବେ ବି ପ୍ରତିଟି ଭାରତୀୟଙ୍କ ମନରେ ଖେଳାଇଦିଏ। ଆହ୍ୱାନ ନୁହେଁ, ନିଜ ଶାଣିତ ବୁଦ୍ଧିରେ ଶକ୍ତିଶାଳୀ ବ୍ରିଟିଶ ବାହିନୀକୁ ବାରମ୍ବାର ଚକମା ଦେଇ ସଶସ୍ତ୍ର ଯୁଦ୍ଧ ଘୋଷଣା କରିଥିବା ତାଙ୍କ ମହାନ୍ ପରାକ୍ରମର ନିଦର୍ଶନ।
ତାଙ୍କର ରହସ୍ୟମୟ ଅନ୍ତର୍ଦ୍ଧାନ ଆଜିବି ସୃଷ୍ଟି କରୁଛି ଅନେକ ଅସମାହିତ ପ୍ରଶ୍ନ। ଭିନ୍ନ ସ୍ଥାନ ଆଉ ଭିନ୍ନ ଥିଲା ବିଟ୍ରିଶ ମାନଙ୍କ ବିରୋଧରେ ବିଦ୍ରେହ ତଥାପି ଲକ୍ଷ୍ୟ ଥିଲା ଏକ ନିଜ ମାଟି ମାଆରୁ ଗୋରା ସାହେବମାନଙ୍କୁ ହଟାଇବା ସେ ଥିଲେ ଘୁମୁସର ମାଟିର ବରପୁତ୍ର ତଥା ଓଡିଶାର ମହାନ ସ୍ବାଧୀନତା ସଂଗ୍ରମୀ ଚକାର ବିଶୋୟୀ। ତାଙ୍କର ବଳିଦାନ ଆମ ଦେଶର ସ୍ବାଧୀନତା ଆନ୍ଦୋଳନ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। ୧୮୨୩ ମସିହା ପବିତ୍ର ଶାମ୍ବ ଦଶମୀରେ ଜନ୍ମ ଏହି ମହାନ ବିପ୍ଳବୀଙ୍କ। କିନ୍ତୁ ସୁଭାଷଙ୍କ ଭଳି ଚକରାଙ୍କ ମଧ୍ୟ ଇତିହାସ ପୃଷ୍ଟାରେ ମୃତ୍ୟୁରୁ କୌଣସି ସଠିକ୍ ତଥ୍ୟ ନଥିବାରୁ ଏହି ଦୁଇ ବୀରଙ୍କ ମଧ୍ୟରେ ସମାନତା ଦେଖାଦେଇଛି।
ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତର ବିଞ୍ଜଗିରି ଗ୍ରାମରେ ଚକରାଙ୍କ ଜନ୍ମ ଗ୍ରହଣ କରିଥିଲେ। ସଂଗ୍ରାମୀ ପରିବାରରେ ଜନ୍ମ ନେଇ ପିଲାଟି ଦିନରୁ ଇଂରେଜମାନଙ୍କ ବିରୁଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ ସେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପିତା ରାମ ସିଂଙ୍କ ଅନ୍ଦୋଳନ ଇଂରେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ରାମ ସିଂଙ୍କ ଘରେ ଇଂରେଜମାନେ ଚଢ଼ଉ କରିଥିଲେ କିନ୍ତୁ ପରିବାର ଲୋକଙ୍କୁ ପାଇପାରି ନଥିଲେ। ଏହି ସମୟରେ ରାମ ସିଂଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସେ ଚୋଲରାବାଡି ନାମକ ଏକ ନିକାଞ୍ଚନ ଜାଗାରେ ଆତ୍ମଗୋପନ କରିଥିଲେ।
ଏଭଳି ଭାବେ ସେ କନ୍ଧମାଳ ଜିଲ୍ଲା ରାଇକିଆ, ଗଞ୍ଜାମ ଜିଲ୍ଲା ସେରାଡା ଓ ଘୁମୁସର ଅଞ୍ଚଳର ମଧ୍ୟବର୍ତ୍ତୀ ସ୍ଥାନରେ ଲୁଚି ରହିଥିଲେ। ସେହି ସମୟରେ ଚକରାଙ୍କ ଜନ୍ମ ହୋଇଥିବା ନେଇ ଜଣାଯାଏ। ଏଥିସହ ବୀର ଚକାରଙ୍କ ପିତା ରାମସିଂକୁ ପରବର୍ତ୍ତୀ ସମୟରେ ଫାଶୀ ଦଣ୍ଡ ଦିଆଯାଇଥିଲା ଏଥିସହ ଚକରାଙ୍କ ଦାଦା ଦୋରା ବିଷୋୟୀ ମଧ୍ୟ ଇଂରେଜମାନଙ୍କ ବିରୁଧରେ ଲଢ଼େଇ କରୁଥିବା ବେଳେ ତାଙ୍କୁ କାବୁ କରି ମାଡ୍ରାସର ଓଟି ଜେଲରେ ରଖାଯାଇଥିଲା ଏବଂ ସେଠାରେ ମୃତ୍ୟୁ ହୋଇଥିଲା। ଏହାପରେ ଆନ୍ଦୋଳନର ମୁଖ୍ୟ ପୁରୋଧା ସାଜିଥିଲେ ବୀର ଚକରା ବିଷୋୟୀ।
ଇଂରେଜମାନଙ୍କ ବିରୁଧରେ ପ୍ରତିକ୍ରିୟାଶୀଳ ହୋଇ ଚକରା ବିଶୋୟୀ ଯୁଦ୍ଧର ଆଖଡା ପ୍ରତିଷ୍ଠା ଯୁବକଙ୍କୁ ଯୁଦ୍ଧ ଶିକ୍ଷା ଦେଇଥିଲେ। ‘ଚକରା ଘାଟି’ ଠାରୁ ଆରମ୍ଭ କରି ନିକଟସ୍ଥ ଘାଟିଶୂଳ, କଳାକାଠି ଜଙ୍ଗଲ ଓଗୁଡପଦର, ଡୁମାକୁମ୍ପା ଅଞ୍ଚଳର ବଡରାଉଳ ହାତୀମୁଣ୍ଡା ପାହାଡ ବିପ୍ଲବୀ ଚକାରଙ୍କ କର୍ମକ୍ଷେତ୍ର ପାଲଟିଥିଲା।
୧୮୪୧ ମସିହାରେ ଘୁମୁସର ମାଟିରୁ ବିପ୍ଲବ ଆରମ୍ଭ କରି ବୌଦ୍ଧ, ବଲାଙ୍ଗୀର,ସୋନପୁର,ଅନୁଗୁଳ,କଳାହାଣ୍ଡିର ମଦନପୁର ରାମପୁର, ପାରଳାଖେମୁଣ୍ଡିର ପର୍ଯ୍ୟନ୍ତ ନିଜ ଅନ୍ଦୋଳନକୁ ପରିବ୍ୟପ୍ତ କରିଥିଲେ। ପାଇକ ବିଦ୍ରୋହ ପରେ ଚକରାଙ୍କ କୌଣସି ଖବର ମିଳି ନଥିବା ବେଳେ ୧୮୫୬ ଯାଏଁ ଚକରାଙ୍କ ସାମରିକ ତତ୍ପରତା ସଂର୍ପକରେ ଚାରିଆଡେ ଚହଳ ପଡୁଥିବା ବେଳେ ୧୮୫୭ ସୀପାହି ବିଦ୍ରୋହରେ କିଛି ବିଦ୍ରୋହରେ ଯୋଗଦେଇଥିବା ବେଳେ ହଠାତ୍ କେଉଁ ଆଡେ ଏତେ ବଡ ମହାନ ବିପ୍ଳବୀ ଅର୍ନ୍ତଦ୍ଧାନ ହୋଇଗଲେ ତାହାର ଆଜି ବି ଲୁକାଇତି ହୋଇ ରହିଛି।
The post ସ୍ବାଧୀନ ଭାରତର ତିନି ସ୍ବାଧୀନତା ସଂଗ୍ରାମୀଙ୍କ ଜୟନ୍ତୀ first appeared on Sambad.
from ଜିଲ୍ଲା – Sambad https://ift.tt/3c3pPMd
0 Comments