
ମାହାଙ୍ଗା : ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଏକ ଦୁଃଖଦାୟକ ଓ ନିନ୍ଦନୀୟ ଘଟଣା। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ଏହା ପ୍ରମାଣ ଦେଉଛି। ଆଜି ତାଙ୍କ ଦ୍ବାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି।
ଦିଲ୍ଲୀପ ମଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗେଦଇ କୁଳମଣି ଓ ଦିବ୍ୟସିଂହଙ୍କ ହତ୍ୟା ଘଟଣାର ଦୃଢ଼ ନିନ୍ଦା କରିଥିଲେ। ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ବିଜେପି ନେତା ଗୋଲଖ ମହାପାତ୍ର, ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ପ୍ରଦୀପ ପଟ୍ଟନାୟକ, ନ୍ୟାୟବ୍ରତ ରାଉତ, ଚୌଧୁରୀ ହେମନ୍ତ କୁମାର ସାହୁ, ସୁଶାନ୍ତ ମଲିକ, ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଉଭୟଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ।
The post ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ବୈଜୟନ୍ତ first appeared on Sambad.
from ଜିଲ୍ଲା – Sambad https://ift.tt/3sr5iHs
0 Comments