
କଟକ : ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଗିରଫ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ମା’ଙ୍କୁ ନ୍ୟାୟ ଦେବା ଦାବିରେ ଦଳିତ ଆଦିବାସୀ ମହାସଂଘ କଟକ ଜିଲ୍ଲା ଏସ୍ପିଙ୍କ ଅଫିସ ଘେରାଉ କରିଛି। ଏହି ଘଟଣାରେ ନିଷ୍କ୍ରିୟତା ପାଇଁ ମାହାଙ୍ଗା ଥାନା ଆଇଆଇସି ଓ ସାଲେପୁର ଏସଡିପିଓଙ୍କ ବହିଷ୍କାର ଦାବି କରାଯାଇଛି।
କୁଳମଣି-ଦିବ୍ୟସିଂହ ହତ୍ୟାଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପୁଲିସ ପଂଚାନନ ସେଠୀ ଓ ତା’ର ଭାଇ ଚୈତନ୍ୟକୁ ଗିରଫ କରିଛି। କିନ୍ତୁ ପଂଚାନନର ମା ଯଁକୋଟି ଗ୍ରାମର ମାତାଜୀ ସେଠୀ ଡିସେମ୍ବର ୨୭ ତାରିଖ ରାତିରେ ତାଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ଓ ନିର୍ଯାନାକୁ ନେଇ ଥାନାରେ ଡିସେମ୍ବର ୨୮ ତାରିଖରେ ଅଭିଯୋଗ କରିଥିଲେ। ସେହି ଘଟଣାର ମୁଖ୍ୟ ଅଭିଯୁକ୍ତମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ, ନିର୍ଯାତିତ ପରିବାରକୁ ସୁରକ୍ଷା ସହିତ ଅତ୍ୟାଚାର ନିରାକରଣ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ, ଜାଣିଶୁଣି ନ୍ୟାୟ ଦେବାରେ ଖିଲାପ କରୁଥିବା ମାହାଙ୍ଗା ଥାନା ଅଧିକାରୀ ଏବଂ ଏସ୍ଡିପିଓ ସାଲେପୁରଙ୍କୁ ଚାକିରିରୁ ବହିଷ୍କାର କରିବା ଭଳି ତିନି ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିପିଓ ଗଡାରୁ ଶୋଭାଯାତ୍ରାରେ ବାହାରି ସଂଘର ଶତାଧିକ କର୍ମକର୍ତ୍ତା ପ୍ରତିବାଦ କରିବା ସହ ଏସ୍ପି ବି.ଯୁଗଳ କିଶୋରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଭୋଇଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଲିଟୁ ଦାସ, ରାଜ୍ୟ ସମ୍ପାଦକ ଜଗନ୍ନାଥ ଭୋଇ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପିତବାସ ନାୟକ, ରାଜ୍ୟ ଉପ-ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ।
The post ମାହାଙ୍ଗା ଡବଲ୍ ମର୍ଡର : କଟକରେ ଏସ୍ପି ଅଫିସ୍ ଘେରାଉ first appeared on Sambad.
from ଜିଲ୍ଲା – Sambad https://ift.tt/3qicJhZ
0 Comments