ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଦେଖା ଦେଇଥିବା ଅବ୍ୟବସ୍ଥା ନେଇ ଆଜି ଚନ୍ଦାହାଣ୍ଡି ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ଆର୍ ଏମ୍ ସି ନିର୍ଦ୍ଦେଶକ ତଥା କଂଗ୍ରେସ ନେତା କ୍ଷେମାରାଜ ବାଘଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଜକୁ ପ୍ରାୟ ଏକ ମାସ ହେବ ଚାଷୀଙ୍କ ଧାନ ବିଭିନ୍ନ ମଣ୍ଡିରେ ପଡ଼ିରହିଛି। ସମସ୍ତ ମଣ୍ଡିରେ ପ୍ରିୟାପ୍ରୀତି ତୋଷଣ ମନୋଭାବ ରଖି ବାଛି ବାଛି ଚାଷୀମାନଙ୍କ ଧାନ ମଣ୍ଡିରୁ  ଉଠାଯାଉଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଥରେ ଏଫ୍ ଏ କିୟୁ. ମାନ ପରୀକ୍ଷା କରି ଧାନ ମଣ୍ଡିରେ ଦେବା ପରେ ମଧ୍ୟ ପୁଣି ଡିଲରମାନଙ୍କ ଇଚ୍ଛାରେ ବାଛି ବାଛି ଧାନ ଉଠାଯାଉଛି। ମଣ୍ଡିରେ ଦେଖା ଦେଇଥିବା ଅବ୍ୟବସ୍ଥାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି। ଏହି ରାସ୍ତା ଅବରୋଧରେ ଦିଲିପ୍ ଦାସ୍, ମୋତିଲାଲ୍ ହଂସ, ଡମ୍ବରୁ ହରିନା, ହୁମେଶ୍ୱର ହଂସ,ରସିକ ନାଗ,ପିତାମ୍ବର ନାୟକ,ଜୟଦେବ ନିଆଲ,ସଦାନନ୍ଦ କାଣ୍ଡ, ଭୁବନ ସୁନା,ପିତାମ୍ବର ଝଙ୍କାର, ଧନସିଂ ଝଙ୍କାର, ଅମରୁ ନାୟକ, ପ୍ରମୁଖଙ୍କ ସହ ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

The post ମଣ୍ଡିରେ ଅବ୍ୟବସ୍ଥା ନେଇ ଚନ୍ଦାହାଣ୍ଡି-ଉମରକୋଟ ମୁଖ୍ୟରାସ୍ତା ଅବରୋଧ first appeared on Sambad.



from ଜିଲ୍ଲା – Sambad https://ift.tt/3im59jU