
କଟକ: ଟିକା ଆସି ପହଞ୍ଚିଗଲାଣି। ହେଲେ କେମିତି ଦିଆଯିବ ଟିକା, କେମିତି ପରିଚାଳନା ହେବ ବ୍ୟବସ୍ଥା, ସେ ସଂପର୍କରେ ଆଜି ଏସ୍ସିବିରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ସିବିର ୨୮ଜଣ ଡାକ୍ତର, ୪୪ଜଣ ଷ୍ଟାଫ୍ ନର୍ସ ଓ ସୁରକ୍ଷାକର୍ମୀଙ୍କୁ ତାଲିମ୍ ଦିଆଯାଇଥିଲା।
କଟକ ଜିଲ୍ଲାରେ ଏସ୍ସିବି ସମେତ ୧୧ଟି ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
The post ଟିକା ପାଇଁ ଏସ୍ସିବିରେ ତାଲିମ୍ ନେଲେ ୮୬ first appeared on Sambad.
from ଜିଲ୍ଲା – Sambad https://ift.tt/3oDmFSV
0 Comments