ଖଣ୍ଡପଡ଼ା: ଗତ ରାତି ପ୍ରାୟ ୧୨ଟା ବେଳେ ଖଣ୍ଡପଡ଼ା ବ୍ଲକ୍‌ ବେଣାଗାଡ଼ିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଥରଦ୍ୱାର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ପୋଡ଼ିଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଥମେ ବିଭୁପ୍ରସାଦ ବିଶ୍ୱାଳଙ୍କ ଘରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ବିଭୁପ୍ରସାଦଙ୍କ ଘରୁ ନିଆଁ ଅନ୍ୟ ୫ଜଣ ପଡ଼ୋଶୀଙ୍କ ଘରକୁ ଚରି ଯାଇଥିଲା।

ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କିନ୍ତୁ, ସେତେବେଳକୁ ୬ ପରିବାରଙ୍କର ଘରେ ଥିବା ବହୁ ସାମଗ୍ରୀ ସମେତ ଆସବାବପତ୍ର ପୋଡ଼ି ଅଙ୍ଗାର ହୋଇଯାଇଥିଲା।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

The post ଖଣ୍ଡପଡ଼ା ପଥରଦ୍ୱାର ଗାଁରେ ଅଗ୍ନିକାଣ୍ଡ; ୮ ବଖରା ଘର ଭସ୍ମୀଭୂତ first appeared on Sambad.



from ଜିଲ୍ଲା – Sambad https://ift.tt/3szGXiu