ସୁନ୍ଦରଗଡ଼ : ବାଲିଶଙ୍କରା ଲାମ୍ପସରେ ପ୍ରାୟ ୨ ଶହ ଚାଷୀଙ୍କୁ ମୂଳରୁ ଟୋକନ ମିଳିନାହିଁ । ଫଳରେ ଚାଷୀ ଧାନ ବିକିବାରୁ ଵଞ୍ଚିତ ହୋଇଛନ୍ତି । ପଞ୍ଜିକରଣ ସତ୍ତ୍ବେ ଟୋକନ ନ ମିଳିବା ଚାଷୀଙ୍କୁ ନିରାଶ କରିଛି । ଵାରମ୍ଵାର ‘ବୃହତ ଅଞ୍ଚଳ ବହୁୁମୁଖୀ ସମବାୟ ସଂସ୍ଥା (ଲାମ୍ସ)କୁ ଦୌଡିବା ସାର ହେଉଛି । ଟୋକନ ନଥିବାରୁ ଲାମ୍ସ ବି ନିଜ ଅସହାୟତା ପ୍ରକାଶ କରୁଛି । ଏଥିରେ ଅସନ୍ତୁଷ୍ଟ ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଵାଲିଶଙ୍କରା ଠାରେ ଧାନ ଵସ୍ତା ଓ ଟ୍ରାକ୍ଟର ରଖି ସୁନ୍ଦରଗଡ଼- ଛତିଶଗଡ଼ ରାସ୍ତାକୁ ଅବରୋଧ କରିଛନ୍ତି। ଟୋକନ ପ୍ରଦାନ ଓ ଧାନ ବିକ୍ରି ନେଇ କୌଣସି ବ୍ୟବସ୍ଥା ନହେଵା ଯାଏ ରାସ୍ତାରୋକ ଜାରି ରହିବ ଵୋଲି ଚାଷୀମାନେ ଘୋଷଣା କରିଛନ୍ତି ।

The post ଟୋକନ ନାହିଁ, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ first appeared on Sambad.



from ଜିଲ୍ଲା – Sambad https://ift.tt/39MESY2