
ବ୍ରଜରାଜନଗର/ ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଅବକାରୀ ଅଫିସ, ସମ୍ବଲପୁରର କଲ୍ୟାଣୀ ନଗର ବାସଭବନ, ଅବକାରୀ ଅଫିସ ଓ ଗୋବିନ୍ଦତୋଲାରେ ଥିବା ଶୁଶୁର ଘରେ ୪ଟି ଭିଜିଲାନ୍ସ ଟିମ୍ ଏକାସାଙ୍ଗରେ ଚଢ଼ାଉ ଜାରି ରଖିଛନ୍ତି। ସକାଳ ୬ଟାରୁ ୪ଟି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି।
The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ first appeared on Sambad.
from ଜିଲ୍ଲା – Sambad https://ift.tt/3pFIIZQ
0 Comments