କଟକ: ଏସ୍‌ସିବିକୁ ଏମ୍ମସ ପ୍ଲସ୍‌ କରିବା ଓ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌କୁ ଅତ୍ୟାଧୁନିକ ଟର୍ମିନାଲ କରାଯିବା ପାଇଁ ନିଆଯାଉଥିବା ପଦକ୍ଷେପ କଟକ ସହରବାସୀଙ୍କ ପାଇଁ ଖୁସି ଆଣିଥିବାବେଳେ ଏହି ଯୋଜନାରେ ଚାଉଳିଆଗଞ୍ଜ ଓ ଯୋବ୍ରାବାସୀ ସମସ୍ୟା ଭିତରକୁ ଠେଲି ହୋଇଯାଇଛନ୍ତି। ଉଚ୍ଛେଦ ହେଉଥିବା ବସ୍ତିବାସିନ୍ଦାଙ୍କୁ ଚାଉଳିଆଗଞ୍ଜରେ ଥଇଥାନ କରାଯିବା ନିଷ୍ପତ୍ତିକୁ ବିରୋଧ କରି ଗତ କିଛିଦିନ ହେଲା ଚାଉଳିଆଗଞ୍ଜରେ ଉତ୍ତେଜନା ଓ ଅସନ୍ତୋଷ ଲାଗି ରହିଥିବାବେଳେ ଏବେ ଏସ୍‌ସିବି ସମ୍ପ୍ରସାରଣ ଯୋଜନାରେ ଯୋବ୍ରାର ୧୧୭ ପରିବାର ସହ ଯୋବ୍ରାଦୁର୍ଗା ପୂଜାମଣ୍ଡପ ଚାଲିଯିବ ବୋଲି ଚର୍ଚ୍ଚା ହେଉଛି।

ଏହାକୁ ନେଇ ଯୋବ୍ରା ଅଞ୍ଚଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଲାଣି। ସରକାରଙ୍କ ଅଦୂରଦର୍ଶୀ ପଦକ୍ଷେପ ଯୋଗୁଁ ସେମାନେ ଶହ ଶହ ବର୍ଷର ଭିଟାମାଟି ହରାଇବାକୁ ଯାଉଛନ୍ତି ବୋଲି ଯୋବ୍ରାବାସୀ ଅଭିଯୋଗ କରିଛନ୍ତି।

The post ଚାଉଳିଆଗଞ୍ଜ ପରେ ଯୋବ୍ରାରେ ଅସନ୍ତୋଷ; ଘର ଭଙ୍ଗା ହେଲେ ଯିବୁ କୁଆଡ଼େ? first appeared on Sambad.



from ଜିଲ୍ଲା – Sambad https://ift.tt/3oANXbG