
କଟକ : ଦେଶପାଇଁ ବଳିଦାନ ଦେବାର ଅନନ୍ୟ ଉଦାହାରଣ ସୃଷ୍ଟି କରିଛନ୍ତି ନେତାଜୀ। ଐତିହାସିକ କଟକ ସହରରୁ ତାଙ୍କୁ ଏହି ସଂସ୍କାର ଓ ପ୍ରେରଣା ମିଳିଥିଲା। ନେତାଜୀ କଟକରେ ଜନ୍ମ ଗ୍ରହଣ କରିବା, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ। ଦେଶ ଚଳିତ ବର୍ଷଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ ଭାବେ ପାଳନ କରିବ। ଆସନ୍ତା ଶହ ଶହ ବର୍ଷ ପାଇଁ ଭାରତୀୟଙ୍କୁ ନେତାଜୀଙ୍କ ପରାକ୍ରମକୁ ଜାଣିବା, ପଢିବା ଓ ପ୍ରେରଣା ଦେବାରେ ଏହା ସହାୟକ ହେବ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଓଡ଼ିଶାର ଅନ୍ୟତମ ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନକୁ ସ୍ମରଣକରି ଓଡ଼ିଆ ଜାତିକୁ ଏକ ସଂଗ୍ରାମୀ ଜାତି ଭାବେ ପରିଚିତ କରାଇବାରେ ସାଏଙ୍କ ଭୂମିକା ଅତୁଳନୀୟ ବୋଲି ମଧ୍ୟ ଶ୍ରୀ ପ୍ରଧାନ କହିଥିଲେ।
ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ତଥା ଜାନକୀନାଥ ଭବନକୁ ଆସି ମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧା ନିବେଦନ କରିଥଲେ। କେନ୍ଦ୍ର ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରକାଶ ମିଶ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ଗୋଲକ ମହାପାତ୍ର, ରାଜ୍ୟ ଉପସଭାପତି ନୟନ ମହାନ୍ତି, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ସାରଦା ପ୍ରଧାନ, ଦିଲ୍ଲୀପ ମଲ୍ଲିକ, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲି, ବିନୋଦ ଦାସ, ରଶ୍ମୀରେଖା ଦାସ, ପୁଷ୍ପିତା ମହାପାତ୍ର, ସଞ୍ଜିବ ଚିନାରା, ସ୍ମୃତି ରଂଜନ ମିଶ୍ର, ଜଗନ୍ନାଥ ପ୍ରଧାନ, ହରି ଖୁଣ୍ଟିଆ, ବାବୁ ସିଂ, ଦିଲ୍ଲୀପ ମହାନ୍ତି, ପ୍ରକାଶ ବେହେରା, ହୃଷିକେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
The post ନେତାଜୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି : କଟକରୁ ନେତାଜୀ ପାଇଥିଲେ ସଂସ୍କାର ଓ ପ୍ରେରଣା first appeared on Sambad.
from ଜିଲ୍ଲା – Sambad https://ift.tt/2Mgq8sg
0 Comments