କୋରାପୁଟ: କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବାର ଖବର ମିଳିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେମିଳିଗୁଡା ପୁଲିସ ଗତ ରାତି ଗୋଟାଏ ବେଳେ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ୍ ଛକରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ପଟାଙ୍ଗି ଅଞ୍ଚଳର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏନେଇ ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା।

The post ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ, ଜଣେ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/2XJeAjC