ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଂଘାପଡ଼ା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଭଳି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଗୁରୁବାର ବୋତଲରେ ପେଟ୍ରୋଲ ଦେବାକୁ ପମ୍ପ କର୍ମଚାରୀ ମନା କରିବାରୁ ଗଡ଼ିଆସାହି ପଞ୍ଚାୟତ ଅଧୀନସ୍ଥ ପଥରଗଣ୍ଡ ଗ୍ରାମର ବାନାମ୍ବର ମାଝୀ(୨୧) ଉତକ୍ଷିପ୍ତ ହେବା ସହ ଟାଙ୍କି ଉଡାଇଦେବାକୁ ଧମକ ଦେଇଥିଲା।

ଶୁକ୍ରବାର ଭୋର ପ୍ରାୟ ୩.୩୦ରେ ଉକ୍ତ ଯୁବକ ଏକ ବୋତଲରେ ପେଟ୍ରୋଲ ରଖି ସିଧାସଳଖ କିଓସ୍କ ପଏଣ୍ଟ ଉପରକୁ ଫୋପାଡିଥିଲା ଏହାଫଳରେ ଉକ୍ତ ମେସିନରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରୁ ଉକ୍ତ ଯୁବକ ଚମ୍ପଟ ମାରିଥିବା ବେଳେ ପମ୍ପ କର୍ମଚାରୀ କୌଣସି ମତେ ନିଆଁକୁ କାବୁ କରିଥିଲେ। ଅନ୍ୟପକ୍ଷରେ ଟାଙ୍କିରେ ଲାଗିଥିବା ସିସିଟିଭିରେ ଘଟଣାର ସଂପୂର୍ଣ୍ଣ ଦୃଶ୍ୟ ରେକର୍ଡ ହୋଇଥିବା ବେଳେ ଖଣ୍ଡପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

The post ସାମାନ୍ୟ ବଚସାରୁ ପେଟ୍ରୋଲ ଟାଙ୍କିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/2N2VbrT