ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଠିକାଦାର ଆଶିଷ କୁମାର ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ, ସହକାରୀ ଯନ୍ତ୍ରୀ ଆଶିଷ କୁମାର ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏତଲା ଦେବା ପରେ ହଠାତ୍ ଦୁଇ ଯନ୍ତ୍ରୀ ଏବଂ ଠିକାଦାର କେଉଁଆଡ଼େ ଚାଲି ଯାଇଥିବା ଜଣାପଡ଼ିଛି। ସେମାନଙ୍କ ପତ୍ତା ମିଳୁ ନ ଥିବାବେଳେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଉମରକୋଟରେ ଡେରା ପକାଇ ଘଟଣା ଉପରେ ନଜର ରଖିଥିଲେ।

ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଥିଲେ ଯେ, ମୃତକ ବ୍ୟକ୍ତିଙ୍କ ପରିବାରକୁ ୪୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ମୃତକ ୱାର୍କ ସରକାର ହୋଇଥିବାରୁ ପରିବାରକୁ ୧୦ଲକ୍ଷ ଟଙ୍କା ବୀମା ରାଶି ମିଳିବ। ସେହିପରି ନିର୍ବାହୀ ଯନ୍ତ୍ରୀଙ୍କ ଅଜଣାତରେ ଛାତ ପଡ଼ିଥିବାରୁ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।

The post ଉମରକୋଟ ବିଜୁ ସେତୁ ପୋଲୋ ଭୁଶୁଡ଼ିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3bNS55E