ପୁରୀ: ପୁରୀ ଆରକ୍ଷୀ ଅଧୀକ୍ଷକ ଜିଲ୍ଲାର ଦୁଇ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି କୃଷ୍ଣପ୍ରସାଦ ଥାନା ଏଏସ୍ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରିଛନ୍ତି ଆରକ୍ଷୀ ଅଧୀକ୍ଷକ।
ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍ଆଇ ଈଶ୍ୱର ଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି।
ଏଣେ ଆଜି ପୁରୀ ସଦର ଥାନା ମହିଳା ଏସ୍ଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଛି। ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ସଂପର୍କରେ ସେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିବାର ଅଭିଯୋଗ ହୋଇଥିଲା। ଏହାଛଡ଼ା ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ସେହି ଟଙ୍କା କୁଆଡ଼େ ଗଲା ସେ ନେଇ ମଧ୍ୟ କିଛି ସୂଚନା ଦେଇନଥିବାରୁ ମହିଳା ଏସ୍ଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

The post ଦୁଇ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ପୁରୀ ଆରକ୍ଷୀ ଅଧୀକ୍ଷକ first appeared on Sambad.



from ଜିଲ୍ଲା – Sambad https://ift.tt/38OMKJ8