
ଢେଙ୍କାନାଳ: ରାସ୍ତା ଆମର ଜୀବନ ରେଖା। ପୁରୁଷ ପୁରୁଷ ଧରି ଥିବା ଏ ରାସ୍ତାକୁ ରୁଙ୍ଗଟା କମ୍ପାନି ଛଡାଇ ନେବାକୁ ବସିଛି। ଜଙ୍ଗଲ ଭିତରେ ଗୋଟିଏ ରାସ୍ତା ଦେଇ ଆମକୁ ବନ୍ୟଜନ୍ତୁଙ୍କ ମୁହଁକୁ ଠେଲି ଦେବାକୁ ବସିଛି। ଏ ଷଡଯନ୍ତ୍ର ୟକୁ ଆମେ ବରଦାସ୍ତ କରିବୁନି। ମରିଯିବୁ ପଛେ ରାସ୍ତା ଛାଡ଼ିବୁନି। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ରୁଙ୍ଗଟା କମ୍ପାନି ଏକ ରାସ୍ତାକୁ ଅକ୍ତିଆର କରିବାକୁ ଯାଉଥିବା ବେଳେ ଆଜି ତର୍କବେଡା ଗ୍ରାମର ପୁରୁଷ ଓ ମହିଳା ଏପରି ଚରମ ବାଣୀ ଶୁଣାଇଛନ୍ତି। ଏହାର ପ୍ରତିବାଦରେ ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ରାସ୍ତା ଉପରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଗ୍ରାମବାସୀଙ୍କ କହିବା ମୁତାବକ, ପ୍ରସ୍ତାବିତ ଏ କମ୍ପାନି ଆମ ଅଂଚଳର ଚାରିଟି ରାସ୍ତାକୁ ଅକ୍ତିଆର କରୁଛି। ଆମେ ଅନ୍ୟ ରାସ୍ତା ଉପରେ କୌଣସି ଅଭିଯୋଗ ନାହିଁ। ଯେହେତୁ ତର୍କବେଡାରୁ ଝଡବନ୍ଧ ରାସ୍ତା ଆମର ସାତ ଖଣ୍ଡ ପଂଚାୟତର ଲାଇଫ ଲାଇନ ତେଣୁ ତାକୁ ଅକ୍ତିଆର କରିବା ପରିବର୍ତ୍ତେ ତାର ବିକାଶ କରିବାକୁ ଆମେ ୨୦୧୭ ମସିହାରୁ ପ୍ରଶାସନ ନିକଟରେ ଦାବି ଜଣାଇଥିଲୁ। ଏମିତିକି କନ୍ତିମିଲି, ରଂଜାଗୋଳ, ଅସରଡା, କଡଲା, ଦୁଦୁରୁକୋଟ, ପାଟଲା ଓ ଗୁଳେହି ପ୍ରମୁଖ ସାତଟି ପଂଚାୟତର ସରପଞ୍ଚମାନେ ଏ ସମ୍ପର୍କରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ, ଜନତାଙ୍କ ଦାବିକୁ ଅଣ ଦେଖା କରି ହିନ୍ଦୋଳ ପ୍ରଶାସନ କମ୍ପାନି କଥାରେ ଉଠ ବସ ହେଉଛି ବୋଲି ତର୍କବେଡା ଗାଁ ସଭାପତି ଶତ୍ରୁଘ୍ନ ପ୍ରଧାନ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ମହିଳାଙ୍କ ଜରିଆରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କନ୍ତିମିଲି ସରପଞ୍ଚ ସୁନିତା ପ୍ରଧାନ କହିଛନ୍ତି।
The post ଢେଙ୍କାନାଳ: ରୁଙ୍ଗଟା କମ୍ପାନିର ରାସ୍ତା ଅକ୍ତିଆରକୁ ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଲେ ତର୍କବେଡା ଗ୍ରାମବାସୀ first appeared on Sambad.
from ଜିଲ୍ଲା – Sambad https://ift.tt/35fUhyt
0 Comments