ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହୋଇଥିବା ଜଙ୍ଗଲ କେଳେଙ୍କାରୀର ଖୋଳତାଡ଼ ଆରମ୍ଭ ହୋଇଛି। ଚାଳିଶ ଜଣିଆ ଟିମ ଚାରି ଭାଗରେ ବିଭକ୍ତ ହୋଇ ବନ୍ତଳା ରେଞ୍ଜ ନୂଆକ୍ଷେତା ଜଙ୍ଗଲ ଭିତରେ ତଲାସୀ ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ତିନି ବର୍ଷ ତଳେ ଜଙ୍ଗଲରେ ବାଉଁଶ ପୁନର୍ଜନନ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜକୁ ଟଙ୍କା ଦିଆଯାଇଥିଲା। ଏ ଯୋଜନାର ଉଦେଶ୍ୟ ଥିଲା, ବାଉଁଶ ବୁଦାର ବିକାଶ କରାଯିବା। ବାଉଁଶ ବୁଦା ମୂଳରେ ଗାତ ଖୋଳିବାଠାରୁ ଆରମ୍ଭ କରି ସେଥିରେ ପଥର ଖଞ୍ଜିବା ଆଦି କାମ ମୁଲିଆଙ୍କ ଜରିଆରେ କରିବା ପାଇଁ କୁହା ଯାଇଥିଲା। କିନ୍ତୁ, କୌଣସି ବାଉଁଶ କାମ ନ ହୋଇ ମଧ୍ୟ ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଥିଲା। ନୂଆକ୍ଷେତା ଅଙ୍ଗନବାଡି କର୍ମୀଙ୍କ ନାଁରେ ଏହି ଅଭିଯୋଗ ଆସିଥିଲା। ଲୋକଯୁକ୍ତଙ୍କ ନିକଟରେ ତଥ୍ୟ ପ୍ରମାଣ ସହ ଲିଖିତ ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି କରି ଲୋକଯୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସକୁ ନିର୍ଦେଶ ଦେଇଥିଲା। ନିର୍ଦେଶ ମୁତାବକ ଆଜି ଭିଜିଲାନ୍ସର ଚାଳିଶ ଜଣିଆ ଟିମ ନୂଆକ୍ଷେତା ଜଙ୍ଗଲରେ ଛାନଭିନ ଆରମ୍ଭ କରିଛି।

The post ଅନୁଗୁଳ ବନଖଣ୍ଡ ଜଙ୍ଗଲ କେଲେଙ୍କାରୀ: ୪୦ ଜଣିଆ ଟିମର ଛାନ୍‌ଭିନ୍‌; ଭିଜିଲାନ୍ସ ଖୋଜୁଛି ବାଉଁଶ ବୁଦା first appeared on Sambad.



from ଜିଲ୍ଲା – Sambad https://ift.tt/2Xd9dca