
କେନ୍ଦୁଝର : ପରିବେଶ ଅନୁମତି ଠାରୁ ଅଧିକ ଖଣି ଖନନ କରିଥିବାରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଶାରଦା ଖଣିକୁ ଯୋଡ଼ା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ୨୦୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ଜରିମାନା ପାଇଁ ଡିମାଣ୍ଡ ନୋଟିସ୍ ଦେଇଛନ୍ତି । ଯୋଡ଼ାସ୍ଥିତ ଯୁଗ୍ମ ଖଣି ନିର୍ଦ୍ଦେଶାଳୟର ଚିଠି ଅନୁସାରେ, ଶାରଦା ଖଣି ପକ୍ଷରୁ ଖଣି ଖନନ ସଂପର୍କିତ ପରିବେଶ ମଞ୍ଜୁରୀ ସଂପର୍କିତ ନିୟମ ଉଲ୍ଲଂଘନ କରାଯାଇଛି । ଯଦିଓ ଶାରଦା ଖଣିକୁ ଏଭଳି ଡିମାଣ୍ଡ ନୋଟିସ୍ ହୋଇଛି, ମାତ୍ର ଖଣି ଖନନ କାର୍ଯ୍ୟ ବର୍ତ୍ତମାନ ପାଇଁ ବନ୍ଦ ହେବ ନାହିଁ । ଯଦି ଏହି ଡିମାଣ୍ଡ ନୋଟିସ୍ ଉପରେ ଶାରଦା ଖଣି ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବାର ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ଶାରଦା ଖଣି ପକ୍ଷରୁ ଏଭଳି ପରିବେଶ ମଞ୍ଜୁରୀ ଠାରୁ ଅଧିକ ଖଣି ଖନନ ନେଇ ଗତ ଅକ୍ଟୋବର ୬ ତାରିଖ ଏବଂ ଜାନୁଆରି ୭ ତାରିଖରେ ଖଣି ନର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ହୋଇଥିଲା । ମାତ୍ର ଗତ ୨୫ ତାରିଖରେ ଶାରଦା ଖଣି ପକ୍ଷରୁ ଯେଉଁ ଉତ୍ତର ରଖାଯାଇଥିଲା, ତାହା ସନ୍ତୋଷଜନକ ନ ଥିଲା । ଏହାପରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏପରି ଡିମାଣ୍ଡ ନୋଟିସ ହୋଇଥିବା ଜଣାଯାଇଛି ।
The post ଶାରଦା ମାଇନସ୍କୁ ୨୦୫୬ କୋଟିର ଡିମାଣ୍ଡ ନୋଟିସ୍ first appeared on Sambad.
from ଜିଲ୍ଲା – Sambad https://ift.tt/3teG2UX
0 Comments