କଟକ : ଦୀର୍ଘ ଦିନ ଧରି ଓଡ଼ିଶା ପୁଲିସ ବିଭାଗରେ ଡିଏସପି ପଦୋନ୍ନତିକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି। ପଦୋନ୍ନତିକୁ ନେଇ ଅଦାଲତରେ ମାମଲା ଗଡୁ ଥିବା ବେଳେ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପୂର୍ବରୁ ଯେଉଁ ଅଧିକାରୀଙ୍କୁ ଡିଏସପି ପାହ୍ୟାରେ କାର୍ଯ୍ୟ କରିବାକୁ ଦିଆଯାଇଥିଲା, ସେମାନେ ଇନ୍ସପେକ୍ଟର ପାହ୍ୟାର ଦରମା ପାଉଥିଲେ। ସେମାନଙ୍କୁ ଇନଚାର୍ଜ ଡିଏସପି ଭାବେ ବିବେଚନା କରାଯାଉଥିଲା। ସେହି ବିବାଦର ଅନ୍ତ ସହ ଆଜି ବିଭାଗ ପକ୍ଷରୁ ୩୦୧ ଜଣ ଅଧିକାରୀଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଇନଚାର୍ଜ ଡିଏସପି ପାହ୍ୟାରେ କାର୍ଯ୍ୟ କରୁଥିବା ଏବଂ ନୂଆ ଭାବେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ନାମ ଏଥିରେ ସ୍ଥାନ ପାଇଛି।

The post ୩୦୧ ଅଧିକାରୀଙ୍କୁ ଡିଏସ୍‌ପି ପଦୋନ୍ନତି first appeared on Sambad.



from ଜିଲ୍ଲା – Sambad https://ift.tt/3ap1tua