
କଟକ : ଓଡ଼ିଶା ପୁଲିସକୁ ମିଳିଛି ଏକ ବଡ଼ସଫଳତା। ଦେଶର ୧୮ଟି ବୃହତ୍ତ ଓ ମଧ୍ୟମ ରାଜ୍ୟ, ୭ଟି ଛୋଟ ରାଜ୍ୟକୁ ନେଇ ହୋଇଥିବା ସର୍ଭେ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟରେ ପୁଲିସ ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶା ପୁଲିସ ତୃତୀୟ ସ୍ଥାନ ହାସଲ କରିଛି। ଟାଟା ଟ୍ରଷ୍ଟ ଓ ତାର ଅନ୍ୟ ସହଯୋଗୀ ଅନୁଷ୍ଠାନ ପକ୍ଷରୁ ହୋଇଥିବା ଏହି ସର୍ଭେ ରିପୋର୍ଟରେ ଓଡ଼ିଶା ପୁଲିସକୁ ଏହି ଗୌରବ ମିଳିଛି। ୨୦୨୦ ବର୍ଷ ପାଇଁ କର୍ଣ୍ଣାଟକ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଛତିଶଗଡ଼ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ସମୁଦାୟ ୧୦ ନମ୍ବରରୁ ଓଡ଼ିଶା ୫.୫୯ ପ୍ରତିଶତ ନମ୍ବର ରଖିଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା କର୍ଣ୍ଣାଟକ ୫.୭୧, ଛତିଶଗଡ ୫.୬୩ ପ୍ରତିଶତ ନମ୍ବର ପାଇଛି। ଦୁଇ ବର୍ଷ ଧରି କରାଯାଉଥିବା ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ଦ୍ବିତୀୟ ସଂସ୍କରଣରେ ଓଡ଼ିଶାକୁ ଏହି ସଫଳତା ମିଳିଛି। ପୁଲିସ ଡିଜି ଅଭୟ ଏ ନେଇ ସୂଚନା ଦେବା ସହିତ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଦେଶର ପୁଲିସ ନ୍ୟାୟିକ ବ୍ୟବସ୍ଥା ଓ ପୁଲିସ ସଂପର୍କିତ ଏକାଧିକ ଉପାଦାନକୁ ନେଇ ଏହି ସର୍ଭେ କରାଯାଇଥାଏ। ଗତ ୨୦୧୯ରେ ଏହାର ପ୍ରଥମ ସର୍ଭେ କରାଯାଇଥିଲା। ପୁଲିସ ନ୍ୟାୟିକ ବ୍ୟବସ୍ଥା ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ, ପୁଲିସ ଭିତ୍ତିଭୂମି, ପୁଲିସ ନ୍ୟାୟିକ ବ୍ୟବସ୍ଥା, ବଜେଟ, ମାନବ ସମ୍ବଳ, କାର୍ଯ୍ୟଚାପ, ପୁଲିସ ବିବିଧତା, ନ୍ୟାୟିକ, ଜେଲ ,ଆଇନ ପରାମର୍ଶ ଭଳି ଉପାଦାନକୁ ନେଇ ଏହି ସର୍ଭେ ହୋଇଥିଲା। ଓଡ଼ିଶା ପୁଲିସ ସବୁ ଉପାଦାନରେ ଆଗରେ ରହିଛି। ଓଡ଼ିଶା ପୁଲିସକୁ ଏଭଳି ସଫଳତା ମିଳିଥିବାରୁ ସବୁଆଡୁ ଅଭିନନ୍ଦନର ସୁଅ ଛୁଟିଛି।
The post ଓଡ଼ିଶା ପୁଲିସକୁ ସଫଳତା : ଇଣ୍ଡିଆ ଜଷ୍ଟିସ ରିପୋର୍ଟରେ ଦେଶରେ ତୃତୀୟ first appeared on Sambad.
from ଜିଲ୍ଲା – Sambad https://ift.tt/39wlsrj
0 Comments