ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ତିହିଡ଼ିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪ଟି ଦୋକାନ ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ବିଳମ୍ବିତ ରାତି ୧୨ଟା ବେଳେ ଏଭଳି ଅଗ୍ନିକାଣ୍ଡ ଘଟିଛି। ତିହିଡ଼ି ଦମକଳ ବାହିନୀ ଘଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବିଦ୍ୟୁତ ସର୍ଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ଏହି ଅଗ୍ନିକାଣ୍ଡରେ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସ୍ଥାନୀୟ ଆର୍ ଆଇ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିବାପରେ ସଠିକ ଆକଳନ କରାଯିବ। ଏଥିରେ ଲୁଗା ଦୋକାନ, ତେଜରାତି ଦୋକାନ, ସାର ଦୋକାନ, ପରିବା ଦୋକାନ, ପାନ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

 

The post ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୪ଟି ଦୋକାନ ଘର, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/38mJpRk