
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ନୂଆ ସମ୍ଭାବନା ସୃଷ୍ଟି କରିଛି ଷ୍ଟ୍ର ବେରୀ ଚାଷ। ଓଡ଼ିଶାରେ କେନ୍ଦୁଝର ଭଳି ଥଣ୍ଡା ଜଳବାୟୁ ଅଂଚଳରେ ଭଲ ଷ୍ଟ୍ର ବେରୀ ଚାଷ ହୋଇପାରିବ।

କେନ୍ଦୁଝର ଜିଲ୍ଲା ସଦର ମହକୁମାର ନିଉ କଲୋନୀରେ ରହୁଥିବା ଅଜୟ କୁମାର ପାଣି ଏହି ଷ୍ଟ୍ର ବେରୀ ଚାଷ କରିଛନ୍ତି। ଅଜୟ କୁମାର ପାଣି ଭାରତୀୟ ବାୟୁ ସେନାରେ ଚାକିରି କରୁଥିଲେ। ଅବସର ନେବା ପରେ କେନ୍ଦୁଝର ଜିଲ୍ଲା ଡେପୁଟି ରେଜିଷ୍ଟାର କୋପରେଟିଭି ଅଫିସରେ ଡେପୁଟି ରେଜିଷ୍ଟର ଭାବେ କାମ କରନ୍ତି। ନିଶା ହେଉଛ ଚାଷ। ସେ ନିଜ ବାଡିରେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଚାଷ କରିବା ପରେ ଷ୍ଟ୍ର ବେରୀ ଚାଷ କରିବାକୁ ମନ ବଳାଇଥିଲେ। ପ୍ରାୟ ୪ ବର୍ଷ ତଳେ ଷ୍ଟ୍ରବେରି ଚାଷ ସଂପର୍କରେ ତାଙ୍କର ସାଙ୍ଗମାନେ ତାଙ୍କୁ କହିଥିଲେ। ସାଙ୍ଗ ମାନେ ତାଙ୍କୁ ଏ ଦିଗରେ ବିଶେଷ ସୂଚନା ଦେଇ ପାରି ନ ଥିଲେ। ଫଳରେ ସେ ମୋବାଇଲରେ ଷ୍ଟ୍ର ବେରୀ ଚାଷ ସଂପର୍କରେ ବିଭିନ୍ନ ଭିଡ଼ିଓ ଦେଖିଥିଲେ। ଏହି ସବୁ ଭିଡ଼ିଓ ଦେଖିବା ପରେ ନିଜର କିଛି ଅଭିଜ୍ଞତା ହାସଲ କରିବା ପରେ ନିଜ ବାଡିରେ ଷ୍ଟ୍ର ବେରୀ ଚାଷ କରିବାକୁ ମନ ବଳାଇଥିଲେ।

ଏହି ଭିଡ଼ିଓ ଦେଖିବା ପରେ ଛତିଶଗଡର ରାୟପୁର ଠାରେ ଏହାର ଚାରା ମିଳୁଥିବା ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କ ଭଉଣୀଙ୍କ ସହାୟତାରେ ଛଅ ଶହ ଟଙ୍କାରେ ଛ’ଟି ଚାରା ମାଗାଇଥିଲେ। ବହୁ ପରିଶ୍ରମ ପରେ ସେହି ଚାରାରୁ ପାଖାପାଖି ଛଅ ଶହ ଚାରା ସୃଷ୍ଟି କରି ନିଜ ବାଡିରେ ଲଗାଇଛନ୍ତି। ବର୍ତ୍ତମାନ ଷ୍ଟ୍ର ବେରୀ ଅମଳ ରିତୁ ହୋଇଥିବାରୁ ଏବେ ନିଜ ବାଡି ସାରା କେବଳ ଷ୍ଟ୍ର ବେରୀ ଫଳ। କେନ୍ଦୁଝର ଭଳି ଅଂଚଳରେ ଏଭଳି ଷ୍ଟ୍ର ବେରୀ ଫଳିବା ଦେଖିବାକୁ ପରେ ଏହି ଷ୍ଟ୍ର ବେରୀ ଚାଷ କରିବାକୁ ଅଧିକାଂଶ ଲୋକେ ଆଗ୍ରହ ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ସେ ଦୁଇ ଶହରୁ ଅଧିକା ଚାରା ଦାନ ଓ ବିକ୍ରି କରି ସାରିଲେଣି । ଏଠାରେ ଚାଷ ହୋଇଥିବା ଷ୍ଟ୍ରବେରି ର ଆକାର, ରଙ୍ଗ ଓ ସ୍ଵାଦ ଉଚ୍ଚକୋଟିର ବୋଲି କହିଛନ୍ତି ଅଜୟ। ଏଥିରେ ତାଙ୍କ ଭାଇମାନେ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରନ୍ତି ବୋଲି ସେ ସୂଚନା ଦେଇଛନ୍ତି।
The post ସମ୍ଭାବନା ସୃଷ୍ଟି କରିଛି ଷ୍ଟ୍ର ବେରୀ ଚାଷ first appeared on Sambad.
from ଜିଲ୍ଲା – Sambad https://ift.tt/3pxKBHT
0 Comments