
କଟକ : ୨୦୨୧, ଫେବ୍ରୁଆରି ୧୫ରୁ ହାଇକୋର୍ଟରେ ପୂର୍ବଭଳି ମାମଲା ଶୁଣାଣି ଆରମ୍ଭ ହେବ। ଅଦାଲତ କୋଠରୀରେ ଆଇନଜୀବୀମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରିପାରିବେ। ଆସନ୍ତା ୧୫ ତାରିଖରୁ ଫିଜିକାଲ ମୋଡ଼୍ରେ ମାମଲା ଶୁଣାଣି ଆରମ୍ଭ ହେବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ହାଇକୋର୍ଟ ଓ ସବ୍-ଅର୍ଡିନେଟ୍ କୋର୍ଟ/ଟ୍ରିବୁନାଲ ପାଇଁ ପ୍ରକାଶ ପାଇବାକୁ ଥିବା ଏସଓପି ଅନୁସାରେ ଫିଜିକାଲ ମୋଡ୍ରେ ମାମଲା ଶୁଣାଣି ଆରମ୍ଭ ହେବ। ପ୍ରତି ମାମଲାରେ ଫିଜିକାଲ ବା ଭର୍ଚିୁଆଲ ମୋଡ୍ରେ ଉପସ୍ଥିତ ରହି ମାମଲା ପରିଚାଳନା କରାଯିବ ସେ ନେଇ ସଂପୃକ୍ତ ଆଇନଜୀବୀ ହାଇକୋର୍ଟ ରେଜିଷ୍ଟ୍ରିକୁ ଆଗୁଆ ଅବଗତ କରିବେ। ଏହି ପ୍ରସଂଗରେ ସେମାନଙ୍କ ବିକଳ୍ପ ନେଇ ମାମଲା ଶୁଣାଣିର ପୂର୍ବଦିନ ଅବଗତ କରିବାକୁ ଆଇନଜୀବୀମାନଙ୍କୁ ଅନୁରୋଧ କରାଯାଇଛି। ଏହି ପ୍ରସଂଗ ଆଗକୁ ପରିସ୍ଥିତିରେ ହେବାକୁ ଥିବା ଉନ୍ନତି/ପରିବର୍ତ୍ତନ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ସ୍ବାସ୍ଥ୍ୟ ସଂପର୍କିତ ଆଡଭାଇଜରି ଉପରେ ନିର୍ଭର କରିବ। ଉଲ୍ଲେଖ ଯୋଗ୍ୟ ଯେ, ୨୦୨୧, ଫେବ୍ରୁଆରି ୧ ତାରିଖରୁ ହାଇକୋର୍ଟ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ହାଇକୋର୍ଟ ପକ୍ଷରୁ ଜାନୁଆରି ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
The post ଫେବ୍ରୁଆରି ୧୫ରୁ ହାଇକୋର୍ଟରେ କରୋନା ପୂର୍ବଭଳି ମାମଲା ଶୁଣାଣି first appeared on Sambad.
from ଜିଲ୍ଲା – Sambad https://ift.tt/3r3xi27
0 Comments