ପାରାଦୀପ: ପଇସା ଦେଲେ ମିଳିବ କୋଭିଡ ନେଗେଟିଭ୍ ସାର୍ଟିଫିକେଟ୍। ଏ କଥା ଆମେ କହୁନୁ, ଯାହାର ପର୍ଦ୍ଦାଫାସ କରିଛି ପୁଲିସ। ପାରାଦୀପ ଅଭୟଚାନ୍ଦପୁର୍ ଥାନା ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ଅଭିଯୁକ୍ତ ଡାଳିମ୍ବପୁରର କାଳିନ୍ଦୀ ତରାଇଙ୍କ ଘଟଣା ଏହି କଥାକୁ ସ୍ପଷ୍ଟ ପ୍ରମାଣିତ କରିଛି।

ଭାରତୀୟ ତୈଳ ବିଶୋଧନାଗାରକୁ ଶ୍ରମିକମାନେ ଡିଉଟି କରିବା ପାଇଁ ଯିବାକୁ ହେଲେ କୋଭିଡ ନେଗେଟିଭ୍ ସାର୍ଟିଫିକେଟର ଆବଶ୍ୟକତା ହେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ହେବ ଏହାର ବେଶ୍ ଫାଇଦା ଉଠାଇ ଚାଲିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରି ବ୍ୟବହୃତ କମ୍ପ୍ୟୁଟର ଲାପଟପ ଜବତ୍ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ୩୦ ଟଙ୍କାରେ ଶ୍ରମିକମାନଙ୍କୁ କୋଭିଡ ନେଗେଟିଭ୍ ସାର୍ଟିଫିକେଟ୍ ଦେଉଥିବା ଜଣାଯାଇଛି।

 

The post ପାରାଦୀପ: ନକଲି କୋଭିଡ୍ ସାର୍ଟିଫିକେଟ୍ ଯୋଗାଇ ଗିରଫ ହେଲେ ଯୁବକ, ବ୍ୟବହୃତ କମ୍ପ୍ୟୁଟର ଓ ଲାପଟପ୍ ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/3obXDZW