ପୁରୀ: ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରେ ବାରିକେଡ ଛୋଟ ହୋଇଥିବା ଜଣାଯାଇଛି। ଜଗାକୁ ଦେଖିବାକୁ ଆଉ ଭକ୍ତଙ୍କୁ ବେଶି ବାଟ ଚାଲିବାକୁ ପଡ଼ିବ ନାହିଁ। ମାର୍କେଟ ଛକ ବଦଳରେ ମରିଚିକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ରହିବ। ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବାରିକେଡ କରାଯାଇଥିଲା।
ଫଳରେ ଭକ୍ତଙ୍କୁ ୨ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡ଼ୁଥିଲା, ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅନେକ ବାଟ ଚାଲିବାକୁ ପଡ଼ୁଥିବାରୁ ବରିଷ୍ଠ ନାଗରିକମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ମରିଚିକୋଟରୁ ଶ୍ରୀମନ୍ଦିର ଯାଏ ବାରିକେଡ ରହିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।
The post ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ଛୋଟ ହେଲା ପୁରୀ ବଡ଼ଦାଣ୍ଡରେ ବାରିକେଡ first appeared on Sambad.
from ଜିଲ୍ଲା – Sambad https://ift.tt/3iEXBIW
0 Comments