
ରାଉରକେଲା: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ହୋଇଛି। ଉଦିତନଗର ଥାନା ବାସନ୍ତୀ କଲୋନୀ ବିଏଲ -୧୨୫ ରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ବେକରେ ରସି ଲଗାଇ ଜ୍ଞାନ ପ୍ରଧାନଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ଉଦିତନଗର ପୁଲିସ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିl ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।
ସେପଟେ ପରିବାର ଲୋକେ ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ହତ୍ୟା କରିଯାଇଛି ବୋଲି ଅଭିଯୋଗ କରିଛନ୍ତି। ସ୍ୱାମୀ ଜ୍ଞାନ ପ୍ରଧାନଙ୍କୁ ଉଦିତନଗର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସୂଚନାଯୋଗ୍ୟ ଜ୍ଞlନ ପ୍ରଧାନ ଗତ ୨୦୧୫ ମସିହା ଅକ୍ଟୋବର ମାସରେ କେନ୍ଦ୍ରାପଡ଼ାର ପ୍ରିୟଦର୍ଶନୀ ବିଶ୍ୱାଳଙ୍କୁ ବିବାହ କରିଥିଲେ।
The post ରାଉରକେଲାରେ ଯୌତୁକ ପାଇଁ ବଧୂହତ୍ୟା ! first appeared on Sambad.
from ଜିଲ୍ଲା – Sambad https://ift.tt/39VWjFH
0 Comments