
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଅଞ୍ଚଳରେ ଥିବା ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗି ସେଥିରେ ଗଚ୍ଛିତ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଓ ରାଜକନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଗୋଦାମରେ ଥିବା କୌଣସି ସାମଗ୍ରୀ ଉଦ୍ଧାର କରି ପାରିନାହାନ୍ତି। ଏଣେ ଧାନ ଗୋଦାମରେ ନିଆଁଲାଗି ଦୁଇ ହଜାରରୁ ଅଧିକ ଧାନ ବସ୍ତା ପୋଡ଼ି ପାଉଁଶ ହୋଇଯାଇଛି।
The post ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ: ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ first appeared on Sambad.
from ଜିଲ୍ଲା – Sambad https://ift.tt/35pgwC7
0 Comments