
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରସୋଳ ଥାନା ଅନ୍ତର୍ଗତ ଗଞ୍ଜାରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଦନ୍ତା ହାତୀ ଆକ୍ରମଣରେ ଗ୍ରାମର ନିରଂଜନ ସାହୁଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୬୫ ବର୍ଷ ବୟସ। ରାଜୀବ ସାହୁଙ୍କ ପୁଅ ନିରଂଜନ ସାହୁ ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଏକ ଦନ୍ତା ହାତୀ ଭାବୁଡ଼ରେ ପଡ଼ିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ସହ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ହିନ୍ଦୋଳ ରେଞ୍ଜ ବନ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।
The post ଢେଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/2M7hg84
0 Comments