କଟକ : ରାଜ୍ୟର ସମସ୍ତ ଆଇନଜୀବୀ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ମାର୍ଚ୍ଚ ମାସର ଶେଷ ଶନିବାର, ୨୭ ତାରିଖ ଦିନ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କିଛି ବର୍ଷ ହେବ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ନିର୍ବାଚନ ଗୋଟିଏ ତାରିଖରେ ୱାନ୍ ବାର୍ ୱାନ୍ ଭୋଟ ନିୟମ ପାଳନ କରି ଆୟୋଜନ କରାଯାଉଛି। ନିର୍ବାଚନ ତାରିଖ ନେଇ ସମସ୍ତ ଆଇନଜୀବୀ ସଂଘକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଧ୍ୟ ଅବଗତ କରାଯାଇଥିବା ସୂଚନା ମିଳିଛି।

The post ମାର୍ଚ୍ଚ ୨୭ରେ ଆଇନଜୀବୀ ସଂଘ ନିର୍ବାଚନ first appeared on Sambad.



from ଜିଲ୍ଲା – Sambad https://ift.tt/2XJTUIB