
କଟକ : ହାଇକୋର୍ଟରେ ଅଭୟକାନ୍ତ ପାଠକ ଓ ଆକଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି ଅଧା ରହିଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଭିଜିଲାନ୍ସ ପକ୍ଷରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସ୍ଥିତି ନେଇ ଅବଗତ କରାଯାଇଥିଲା।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ନିମ୍ନ ଅଦାଲତରେ ଅଭୟକାନ୍ତ ଓ ଆକାଶଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଜାମିନ ପାଇଁ ଅଭୟକାନ୍ତ ଓ ଆକାଶ ପୃଥକ୍ ଭାବେ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ। ପୂର୍ବରୁ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
The post ଅଭୟକାନ୍ତ, ଆକାଶ ପାଠକ ଜାମିନ ମାମଲା : ଭିଜିଲାନ୍ସ ପକ୍ଷରୁ ସିଡି ଦାଖଲ first appeared on Sambad.
from ଜିଲ୍ଲା – Sambad https://ift.tt/3i5CX4y
0 Comments