କଟକ : ହାଇକୋର୍ଟରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଚାର୍ଟର ବିମାନ ବୁକିଂ ବାବଦରେ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଖାରବେଳନଗର ଥାନାରେ ରୁଜୁ ମାମଲାରେ ଜାମିନ ଲୋଡି ଉଭୟ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ। ଆଜି ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚାର୍ଟର ବିମାନ ବୁକିଂ ବାବଦରେ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏ କିଙ୍ଗ୍ ପକ୍ଷରୁ ଅଭିଯୋଗ ପରେ ଖାରବେଳନଗର ଥାନାରେ ଏ ନେଇ ଏତଲା ରୁଜୁ କରାଯାଇଥିଲା। ଏହି ମାମଲାରେ ଅଭୟକାନ୍ତ ଓ ଆକାଶଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚୁରା କରିଥିଲା। ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍ ଅଦାଲତରେ ଜାମିନ ଖାରଜ ହେବାପରେ ଉଭୟ ଜାମିନ ପାଇଁ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ।

The post ଚାର୍ଟର ବିମାନ ବୁକିଂ ଠକେଇ ମାମଲା : ୧ରେ ଅଭୟକାନ୍ତ, ଆକାଶ ପାଠକଙ୍କ ଜାମିନ ଶୁଣାଣି first appeared on Sambad.



from ଜିଲ୍ଲା – Sambad https://ift.tt/3sIfb3k