ଅନୁଗୁଳ: ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ‘ଚକବନ୍ଦୀ’ ଯୋଜନା କେମିତି ଚାଷୀଙ୍କ ପାଇଁ କାଳ ସାଜିଛି ସେ ସମ୍ପର୍କରେ ବିଜେପି ନେତା ପ୍ରଭାତ ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜଣାଇଛନ୍ତି। ଏ ସମ୍ପର୍କରେ ସେ ଲିଖିତ ଭାବେ ଜଣାଇଛନ୍ତି, ଚକବନ୍ଦୀ ଯୋଜନା ପାଇଁ ଅନୁଗୁଳ ଜିଲ୍ଲାର ୯୨ଟି ମୌଜାର ଚାଷୀ ହଇରାଣ ଭୋଗୁଛନ୍ତି। ରେକର୍ଡ ରେ ଚାଷୀଙ୍କ ଜମି ସବୁ ଏକାଠି ଅଛି, କିନ୍ତୁ ସରକାର ଜମିର ମଡ଼ାଣ ଦେଇନାହାନ୍ତି। ତେଣୁ ବନ୍ଦୋବସ୍ତ ନିଷ୍ପତ୍ତି ଅନୁସାରେ ସାନି ସରଜମିନ ତଦନ୍ତ କରାଯାଇ ଜମିଜମାର ସୁ ବନ୍ଦୋବସ୍ତ କରି ଚକବନ୍ଦୀ ଉଚ୍ଛେଦ କରିବାକୁ ବିଜେପି ଯୁବ ନେତା ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟି ଜଣାଇଛନ୍ତି।

The post ଚକବନ୍ଦୀ ସମସ୍ୟା: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାତ first appeared on Sambad.



from ଜିଲ୍ଲା – Sambad https://ift.tt/2YiCMK8