
ବାଲିବୋ ; ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଞ୍ଚାୟତରେ ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟ ଅଛି। ହେଲେ ବଡ଼ ଦୁଃଖର ବିଷୟ ଯେ, ସେଠାରେ କୈାଣସି ପ୍ରାଣୀ ନିରୀକ୍ଷକଙ୍କୁ ନିଯୁକ୍ତି କରାଯାଇ ନାହିଁ । ଦୀର୍ଘ ୧୦ ବର୍ଷ ପରେ ବି ଏଥିପ୍ରତି ସରକାରଙ୍କର କୌଣସି ଦୃଷ୍ଟି ପଡୁନାହିଁ । ପ୍ରାଣୀ ନିରୀକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ବହୁ ଗୃହପାଳିତ ପ୍ରାଣ ସାମାନ୍ୟ ରୋଗରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମର ବିଜେଡି ନେତା ଶ୍ରୀବତ୍ସ ଦାଶ କରିଛନ୍ତି ଯେ, ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବା ଉଚିତ।
The post ଅବହେଳିତ ବାଲିବୋ ପ୍ରାଣୀ ଚିକିତ୍ସାଳୟ ୧୦ ବର୍ଷ ହେଲା ନାହାନ୍ତି ପ୍ରାଣୀ ନିରୀକ୍ଷକ first appeared on Sambad.
from ଜିଲ୍ଲା – Sambad https://ift.tt/2NEF8AZ
0 Comments