ରାଜନଗର: ରାଜନଗର ବ୍ଲକ୍ ଈଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଦିଘୀ ଗ୍ରାମର ସୁମନ୍ତ ମହାନ୍ତି। କେରଳରେ ପ୍ଲାଏଉଡ୍ କମ୍ପାନିରେ ଦୀର୍ଘ ୧୧ ବର୍ଷ ଧରି କାମ କରି ଆସୁଥିଲେ। ଲକ୍‌ଡାଉନ ସମୟରେ ଅସୁବିଧା ହେତୁ ଘରକୁ ଫେରି ଆସିଥିଲେ। କରୋନା ଭୟରୁ ଆଉ ବାହାରକୁ ନ ଯାଇ ସୁମନ୍ତ ଏବେ ବୀଣାପାଣି ମାର୍କେଟ୍, ଦିଘିରେ ପାନଦୋକାନ କରିଛନ୍ତି। ଯାହା ଦି’ ପଇସା ସେଥିରୁ ରୋଜଗାର ହେଉଛି ସେଥିରେ ନଅ ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହୋଇ ପଡୁଛି।

ବାହାରେ କାମ କରି ଯାହା ରୋଜଗାର ହେଉଥିଲା ତାହା ଏବେ ହେଉନାହିଁ । କିନ୍ତୁ ପରିସ୍ଥିତି ଆଉ ଲକଡାଉନ୍ ଯୋଗୁଁ ବ୍ୟବସାୟ କରିବାକୁ ମନସ୍ଥ କରି ସ୍ବଳ୍ପ ରୋଜଗାରରେ ସନ୍ତୁଷ୍ଟ ହେବାକୁ ପଡୁଛି। କେବଳ ଏହି କ୍ଷୁଦ୍ର ବ୍ୟବସାୟ ହିଁ ଏବେ ପେଟପାଟଣାର ରାହା ହୋଇଛି। ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ସରିଯିବା ପରେ ଏବେ ବ୍ୟବସାୟ ଉପରେ ପରିବାର ସଂପୂର୍ଣ୍ଣ ନିର୍ଭରଶୀଳ। କରୋନା ହିଁ ରୋଜଗାରର ମାଧ୍ୟମ ବଦଳାଇଦେଲା। କରୋନା ହୋଇନଥିଲେ ହୁଏତ ବାହାରକୁ ଯାଇ ଭଲ ଦି’ ପଇସା ରୋଜଗାର ହୋଇପାରିଥାଆନ୍ତା।

The post କରୋନା କାହାଣୀ; ପେଟପାଟଣାକୁ ରାହା ପାନ ଦୋକାନ first appeared on Sambad.



from ଜିଲ୍ଲା – Sambad https://ift.tt/2KIwXCB