ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ବସ୍ ବର୍ତ୍ତିଯାଇଥିବାର ଖବର ମିଳିଛି। ଏହି ବସରେ ଥିବା ୪୫ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି।


ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ମହାବୀର ନାମକ ଏକ ଘରୋଇ ବସ୍ ଗଜପତି ଜିଲ୍ଲାର ଚୁଡ଼ଙ୍ଗପୁରରୁ ବ୍ରହ୍ମପୁରକୁ ଆସୁଥିଲା ଖେମୁଣ୍ଡିଖୋଲଠାରେ ଦିଗପହଣ୍ଡି ଘାଟିରେ ଉକ୍ତ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଭାରସାମ୍ୟ ହରାଇ ବସର ଗୋଟିଏ ଚକ ବ୍ରିଜ ତଳକୁ ଖସିଯାଇଛି। ତେବେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଅଟକାଇ ଦେବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବସରେ ଯାତ୍ରା କରୁଥିବା ସମସ୍ତ ୪୫ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଏହି ଜାଗାରେ ଗତ ବର୍ଷକ ଭିତରେ ୮ରୁ ଅଧିକ ଥର ଦୁର୍ଘଟଣା ଘଟିଛି।

The post ଦିଗପହଣ୍ଡି ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ first appeared on Sambad.



from ଜିଲ୍ଲା – Sambad https://ift.tt/2LZhq1N