ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବାର ଖବର ମିଳିଛି। ଉକ୍ତ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି।
ଗାଁର ବାଉଁଶବୁଦା ମୂଳରେ ଉକ୍ତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେହି ତାଙ୍କର ଗଳା କାଟି ହତ୍ୟା କରିଥିବା ଜଣାଯାଇଛି। ତେବେ ମହିଳାଙ୍କ ପରିଚୟ ମିଳିଛି।  ତାଙ୍କ ନାମ ରାଧାରାଣୀ ମହାନ୍ତି। ସେ ବିବାହିତା ମଧ୍ୟ। ତାଙ୍କର ବୟସ ୨୭ ବର୍ଷ ବୋଲି କୁହାଯାଉଛି। କିନ୍ତୁ ହତ୍ୟାକାଣ୍ଡର କାରଣ ବି ଜଣାପଡ଼ିନାହିଁ। ଖବର ପାଇ ଭଣ୍ଡାରୀପୋଖରୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

The post ଭଦ୍ରକ ଜିଲ୍ଲାର ନୂଆପୋଖରୀ ଗାଁରେ ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/38AHicV