
ଭବାନୀପାଟଣା : ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ଦୀର୍ଘ ଦୁଇଦଶନ୍ଧି ଧରି ସକ୍ରିୟ ରହିବା ସହିତ ଏକାଧିକ ପୁସ୍ତକର ଲେଖକ ଓ ସାହିତ୍ୟ ପତ୍ରିକା ‘ମହୁରିର ମୁଖ୍ୟ ସଂପାଦକ କବି ଭବାନୀଶଙ୍କର ନିଆଲ ଏଥର ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଲକ୍ଡାଉନ୍ ସମୟରେ ସେ ଲେଖିଥିବା ଦୁଇଟି କବିତାର ଇଂରାଜୀ ଅନୁବାଦ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ଏହି କବିତାର ଭାବାବେଗ ଓ ସାହିତ୍ୟିକ ମୂଲ୍ୟବୋଧରେ ପ୍ରଭାବିତ ହୋଇ ଇଟାଲୀର ଖ୍ୟାତନାମା ଲେଖିକା ଇମାନୁଏଲ୍ ରିଜ୍ଜୋ ଏହାକୁ ଇଟାଲିୟାନ ଭାଷାରେ ଅନୁବାଦ କରିଛନ୍ତି। ଇଟାଲିୟାନ ଭାଷାରେ ଅନୁଦିତ ହେବା ପରେ କବିତା ଦୁଇଟି ଇଟାଲୀର ସାହିତ୍ୟ ଜଗତରେ ପ୍ରଶଂସା ସାଉଁଟିଛି। ଏ ସଂପର୍କରେ ଖବର ମିଳିବା ପରେ ସାହିତ୍ୟିକ ଓ ଶ୍ରୀ ନିଆଲଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି। କବିତା ଦୁଇଟିକୁ ଅଧ୍ୟାପକ ବଙ୍କିମ ମୁଣ୍ଡଙ୍କ ଇଂରାଜୀରେ ଅନୁବାଦ କରିଥିଲେ। କବି ଶ୍ରୀ ନିଆଲଙ୍କ ଏହି ସଫଳତାରେ କଳାହାଣ୍ଡିର ସମସ୍ତ କବି ଓ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ଭାଷାରେ ତାଙ୍କର ତିନୋଟି କବିତା ସଙ୍କଳନ “ସୃଷ୍ଟି, “ପଚାଶ ବର୍ଷର ପଚାଶଟି ଫସଲ, “ଝିଅ ର ଚିତ୍ରଖାତା ପ୍ରକାଶ ପାଇଛି ।
The post ଇଟାଲିୟନ ସାହିତ୍ୟରେ ସ୍ଥାନ ପାଇଲା କଳାହାଣ୍ଡି କବିଙ୍କ କବିତା first appeared on Sambad.
from ଜିଲ୍ଲା – Sambad https://ift.tt/39gdHEO
0 Comments