
ଅନୁଗୁଳ: ଅନୁଗୁଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବଣସିଂହ ପଂଚାୟତ ମୁଲିଆପୁର ଗ୍ରାମର ଲକ୍ଷ୍ମଣ ମହାନ୍ତି (୭୦)ଗତ କାଲି ଝିଅ ଘର ଧଉରାମରା ଗ୍ରାମକୁ ବୁଲିବାକୁ ଆସିଥିଲେ। ଆଜି ଭୋରୁ ସେ ଘର ନିକଟସ୍ଥ ଏକ ସ୍ଥାନକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଅନୁଗୁଳ: ହାତୀ ଆକ୍ରମଣରେ ବୃଦ୍ଧ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/39fXcty
0 Comments