ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ ନନ୍ଦିନିଆ ସରଂକ୍ଷିତ ଜଙ୍ଗଲରୁ ୪ ଜଣ ଶିକାରୀ ବନ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ଏହି ୪ ଜଣ ଗତକାଲି ରାତିରେ ଶିକାର ଉଦେଶ୍ୟରେ ଜଙ୍ଗଲକୁ ଯାଇଥିଲେ। ବନ କର୍ମଚାରୀ ସେମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ବନ୍ଧୁକ, ବନ୍ଧୁକ ପାଉଡର, ଛୁରୀ, କୁରାଢ଼ୀ, ଟ୍ରଫି, ମାଂସ ଏବଂ ସମ୍ୱାର ଆଖି ଜବତ କରିଥିବା ସୂଚନା ରହିଛି।

ଏହି ଘଟଣାରେ ରାଧନାଥପୁର ଗାଁର ସୁଜନ ନାହକ (୨୫), ପାର୍ଥା ଭୋଇ, ବୁଲା ସାହୁ(୫୫ ),ତପନ ସାହୁ (୨୩)କୁ ଗିରଫ କରାଯାଇଛି। ଏ ସମ୍ପର୍କ ରେ ୯୫/୨୧ରେ ଏକ ମାମଲା ରୁଜୁ କରାଯାଇଛି।। ତଦନ୍ତ ଜାରି ରହିଛି ବୋଲି ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

The post ହିନ୍ଦୋଳ ରେଞ୍ଜ ନନ୍ଦିନିଆ ସରଂକ୍ଷିତ ଜଙ୍ଗଲରୁ ୪ ଶିକାରୀ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3plbVZF