
ଦେବଗଡ଼: ଅଜଣା ଜନ୍ତୁ ଆକ୍ରମଣର ଶିକାର ହୋଇ ୧୫ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ଅନ୍ତର୍ଗତ ଚକଡିହି ଗ୍ରାମର ମୁଣ୍ଡା ସାହିର ଗ୍ରାମର ଛେଳି ଚର।ଳି ଗ୍ରାମର ଛେଳି ଚରାଇ ଫେରୁଥିବା ବେଳେ କୌଣସି ଏକ ଅଜଣା ଜନ୍ତୁର ଚିତ୍କାର ଶୁଣିବାକୁ ପାଇଥିଲେ। ଫଳରେ ଉକ୍ତ ଛେଳି ଚରାଳି ଭୟରେ ଘରକୁ ପଳାଇ ଆସିଥିଲେ।
ଗତକାଲି ସକାଳେ ଛେଳି ଚରାଳି ଛେଳିମାନଙ୍କୁ ଖୋଜା ଖୋଜି କରିଥିଲେ। କିନ୍ତୁ ଗ୍ରାମର ୧୫ରୁ ଉର୍ଦ୍ଧ୍ବ ଛେଳି ଅଜଣା ଜନ୍ତୁର ଶିକାର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫ରୁ ଅଧିକ ଛେଳି ମଧ୍ୟ ନିଖୋଜ ଥିବା ଜଣାପଡିଛି । ଉକ୍ତ ଘଟଣା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ତେବେ ଉକ୍ତ ଅଜଣା ଜନ୍ତୁ ଗ୍ରାମକୁ କିପରି ଆସିଲା ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଖବରପାଇ ଵନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ଅଜଣା ବନ୍ୟଜନ୍ତୁକୁ ଠାବ କରିବା ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲରେ ସିସି ଟିଭି କ୍ୟାମେରା ଲଗାଯାଇଛି ।
The post ଅଜଣା ଜନ୍ତୁ ଶିକାରରେ ୧୫ରୁ ଅଧିକ ଛେଳି ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/359NkiC
0 Comments