ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ତାରୀପୋଖରୀ ତହସିଲ ଅଧୀନସ୍ଥ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେତେବେଳେ କେମିତି ନାମକୁମାତ୍ର ରାଜସ୍ବ ଅଧିକାରୀ କିମ୍ବା ପୁଲିସ ଅଧିକାରୀମାନେ ରାସ୍ତାରୁ କେତୋଟି ବାଲି ଗାଡ଼ି ଧରି ବାହାବା ନେଉଛନ୍ତି ସତ, ହେଲେ ପ୍ରକୃତ ବାଲି ମାଫିଆଙ୍କ ନିକଟରେ ଏମାନେ ପହଞ୍ଚି ପାରୁନହାଁନ୍ତି, ଯେଉଁଥିପାଇଁ ଦିନରାତି ନଦୀର ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ସହିତ ଚୋରା ଚାଲାଣ ମଧ୍ୟ ହେଉଛି। ଏପରିକି ପ୍ରଶାସନିକ ଅଧିକାରୀଙ୍କ ସ୍ଥାଣୁତା ଯୋଗୁ ପଡ଼ୋଶୀ ଯାଜପୁର ଜିଲ୍ଲାର ବାଲିମାଫିଆମାନେ ଭଣ୍ତାରୀପୋଖରୀ ସୀମାକୁ ମାଡ଼ି ଆସି ଶହ ଶହ ଟ୍ରିପ୍ ବାଲି ଚୋରାଇ ନେଉଛନ୍ତି।
ସୂଚନା ମୁତାବକ, ଆଖୁଆପଦା ପୋଲର ଉପରିଭାଗ ପ୍ରାୟ ୩୦୦ମିଟର ଦୂରକୁ ଗଲେ ପଡ଼ିଥାଏ ବ୍ରଜରାଜନଗର। ବର୍ତ୍ତମାନ ତହସିଲ ଅଧିନରେ ସ୍ଥାନୀୟ କୌଣସି ବାଲିଖାଦାନ ଚାଲିନଥିବାବେଳେ ଦୀର୍ଘଦିନ ହେବ ଅପରପକ୍ଷ ବ୍ରଜରାଜନଗର ପକ୍ଷରୁ ଅତ୍ୟାଧୁନିକ ମେସିନ ଲଗାଯାଇ ବାଲିଚାଲାଣ କରାଯାଉଛି। ଆଶ୍ଚର୍ଯ୍ୟର କଥା ଯାଜପୁର ଜିଲ୍ଲା କୋରେଇ ତହସିଲ ଅଧୀନସ୍ଥ ବୈତରଣୀ ନଦୀର ବ୍ରଜରାଜନଗର ସୀମାକୁ ପ୍ରଶାସନ ବାଲି ଉତ୍ତୋଳନ ପାଇଁ ନିଲାମ ଦେଇନଥିବା ସ୍ଥଳେ ସେମାନେ ବେଆଇନ ଭାବେ ବାଲିଚାଲାଣ କରୁଛନ୍ତି। ଏପରିକି ସୀମାଟପି ଭଣ୍ତାରିପୋଖରୀ ତହସିଲ ଅଧିନ ଯଶୋଟିକିରି ଓ ନେରଡା ଆଡକୁ ମଧ୍ୟ ମାଡି ଆସୁଛନ୍ତି।

The post ଭଦ୍ରକରେ ଚାଲିଛି ବେଆଇନ ବାଲିଚାଲାଣ: ବିନା ଟେଣ୍ଡରରେ ବୈତରଣୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ୍ ବାଲି first appeared on Sambad.



from ଜିଲ୍ଲା – Sambad https://ift.tt/3pmnfVx