
କଟକ: ଏସ୍ସିବି ଉତ୍କୃଷ୍ଟ ମାନସିକ ରୋଗ ପ୍ରତିଷ୍ଠାନରେ ଆରମ୍ଭ ହେଲା ମୋଡିଫାଏଡ୍ ଇଲୋକ୍ଟ୍ରୋ କନ୍ଭଲ୍ସିପ୍ ଥେରାପି ଚିକିତ୍ସା(ଇସିଟି)। ଏହି ନୂତନ ଚିକିତ୍ସା ବ୍ୟବସ୍ଥାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଏହାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ସ୍ବାଇଁ, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କ ସମେତ ଉଭୟ ମାନସିକ ଓ ନିଶ୍ଚେତକ ବିଭାଗର ସମସ୍ତ ଡାକ୍ତର ଉପସ୍ଥିତ ଥିଲେ। ରୋଗୀକୁ ପୂର୍ବରୁ ଯେଉଁ ସକ୍ ଚିକିତ୍ସା ଦିଆଯାଉଥିଲା ଏହା ହେଉଛି ତାର ଉନ୍ନତ ବ୍ୟବସ୍ଥା। ପୂର୍ବରୁ ସକ୍ ଚିକିତ୍ସାରେ ରୋଗୀକୁ କୌଣସି ନିଶ୍ଚେତକ ଦିଆଯାଉନଥିଲା।
କିନ୍ତୁ ଏହି ନୂତନ ତଥା ଉନ୍ନତମାନର ଇସିଟି ଚିକିତ୍ସାରେ ରୋଗୀଙ୍କୁ ନିଶ୍ଚେତକ ଦିଆଯାଇ ଚିକିତ୍ସା କରାଯିବ। ଯାହା ଫଳରେ ରୋଗୀ ଯେପରି କୌଣସି କଷ୍ଟ ଅନୁଭବ କରିବ ନାହିଁ। ଏପରିକି ଇସିଟି ଦିଆଯିବା ସମୟରେ ରୋଗୀର ଶରୀରର ସମସ୍ତ ପ୍ରକାର ପ୍ରକ୍ରିୟାଙ୍କୁ କମ୍ପ୍ୟୁଟର ମାଧ୍ୟମରେ ଡାକ୍ତର ଜାଣିପାରିବେ। ମାନସିକ ରୋଗ ବିଭାଗରେ ଦୀର୍ଘ ଦୁଇବର୍ଷ ହେଲା ସକ୍ ଚିକିତ୍ସା ବା ବୈଦ୍ୟୁତିକ ଚିକିତ୍ସା ବନ୍ଦ ରହିଥିଲା। ଏବେ ଜାନୁଆରି ୨୬ରୁ ଏହି ଇସିଟି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଯାହାକି ରୋଗୀଙ୍କୁ ବେଶ୍ ସହାୟକ ହେବ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ସ୍ବାଇଁ ସୂଚନା ଦେଇଛନ୍ତି।
The post କଷ୍ଟ ଅନୁଭବ କରିବେନି ରୋଗୀ; ଏସ୍ସିବି ମାନସିକ ପ୍ରତିଷ୍ଠାନରେ ଆରମ୍ଭ ହେଲା ଇସିଟି ଚିକିତ୍ସା ବ୍ୟବସ୍ଥା first appeared on Sambad.
from ଜିଲ୍ଲା – Sambad https://ift.tt/3iViIXv
0 Comments