ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନସ୍ଥ ଓରାଚନ୍ଦାବିଲାରେ ପୂର୍ତ୍ତ ବିଭାଗର ନିର୍ମାଣାଧୀନ ପୋଲର ଟନେଲ ଧସିବା ଫଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଓରାଚନ୍ଦାବିଲାରେ ପୂର୍ତ୍ତ ବିଭାଗର ନିର୍ମାଣାଧୀନ ପୋଲର ଟନେଲ ଧସିବା ଫଳରେ ସେଠାରେ କାମ କରୁଥିବା ଶ୍ରମିକ ଦୀପକ ସିଂହ (୩୨) ତଳକୁ ଖସିପଡ଼ିଥିଲେ। ଏହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କର ଘର ରାସଗୋବିନ୍ଦପୁର ଥାନା ଅଧୀନସ୍ଥ ଧାନଶୋଳ ଗ୍ରାମରେ ବୋଲି ଜଣାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଶ୍ରମିକ ଶତ୍ରୁଘ୍ନ ମଳିକ ଗୁରୁତର ହୋଇଛନ୍ତି। ଏଣେ ଉତ୍ତେଜିତ ଶ୍ରମିକଙ୍କ ମାଡ଼ରେ ସୁପରଭାଇଜର ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ବାବୁଲା ନାଏକ ବି ଗୁରୁତର ହୋଇଥିବା ଜଣାଯାଇଛି।

The post ଓରାଚନ୍ଦାବିଲାରେ ପୂର୍ତ୍ତ ବିଭାଗର ନିର୍ମାଣାଧୀନ ପୋଲର ଟନେଲ ଧସିଲା: ଶ୍ରମିକଙ୍କ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3iURErv