
ରାୟଗଡ଼ା : ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ ପାଇଁ ୨୦୧୧ ମସିହାରୁ ମନା କରି ଦେଇଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ପକ୍ଷରୁ କେନ୍ଦ୍ର ନିକଟରେ କୌଣସି ରିପୋର୍ଟ କିମ୍ବା ରିଭ୍ୟୁ ପିଟିସନ ଦାଖଲ ହୋଇନି। ଯେଉଁଥିପାଇଁ ଝୋଡ଼ିଆଙ୍କ ଦାବି ପୂରଣ ଆଶା କ୍ଷୀଣ ହୋଇଛି। ଗତ ସଂସଦ ଅଧିବେଶନରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏହା ଉଲ୍ଲେଖ କରିଛନ୍ତି।
ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ବସବାସ କରୁଥିବା ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି। ଉଭୟ ବିଜେଡି ଓ କଂଗ୍ରେସ ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉ ଥିବା ବେଳେ ରାଜ୍ୟସଭା ଓ ଲୋକସଭାରେ ଏ ନେଇ ଜିଲ୍ଲାର ଦୁଇ ସାଂସଦ ପ୍ରଶ୍ନ ମାଧ୍ୟମରେ ସରକାରଙ୍କୁ ଘେରିଥିଲେ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ୨୦୧୯ ଜୁଲାଇ ୧୮ ତାରିଖ ଦିନ ସଂସଦର ପ୍ରଶ୍ନକାଳରେ କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରାଳୟ ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଆଜି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ ନୂଆମୋଡ଼ ନେଇଛି। ମନ୍ତ୍ରୀ ଶ୍ରୀ ମୁଣ୍ଡା ଦେଇଥିବା ଉତ୍ତରରେ ଦର୍ଶାଯାଇଛନ୍ତି ଯେ, ୨୦୦୯ ମସିହା ମେ ମାସରେ ଦେଶରେ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ଝୋଡ଼ିଆଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଆୟୁକ୍ତ, ଭାରତର ରେଜିଷ୍ଟ୍ରାର୍ ଜେନେରାଲ ଯୋଗାଯୋଗ କରିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବାଲା। ତେଣୁ ରେଜିଷ୍ଟ୍ରାର ଅଫ ଇଣ୍ଡିଆ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ଯେଉଁଥି ପାଇଁ ଝୋଡ଼ିଆ ଆଦିବାସୀ ମାନ୍ୟତା ତାଲିକାରୁ ବାଦ୍ ପଡ଼ିଥିବା କୁହାଯାଇଛି।
The post ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବି ପ୍ରସଙ୍ଗ : ରିପୋର୍ଟ ପ୍ରଦାନରେ ରାଜ୍ୟ ସରକାରଙ୍କ ଅବହେଳା first appeared on Sambad.
from ଜିଲ୍ଲା – Sambad https://ift.tt/2YlAw4V
0 Comments