
ସିନାପାଲି/ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିବାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋର୍ଲା ପଞ୍ଚାୟତର କୁସୁମଗୋର ଗାଁର ୧୮ ବର୍ଷିୟ ରୁଦ୍ର ହାତୀ ଓ ଅନ୍ୟ ୮ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ରୁଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆଜି ସକାଳେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଯୁକ୍ତ ଦୁଇ ପଢ଼ୁଥିଲେ ବୋଲି ସୂଚନା ମିଳିଛି।
ଅପରପକ୍ଷରେ ରୁଦ୍ରଙ୍କ ପରିବାରର ସଜମନି ହାତୀ(୪୫), ଅମ୍ବିକା ହାତୀ(୬୦), ଉଦ୍ଧବ ହାତୀ(୫୫), ଲୋକନାଥ ହାତୀ(୨୫) ଏବଂ ପୁସ୍ତମ ହାତୀ(୨୦)ଙ୍କ ସମେତ ମୋଟ ୮ଜଣ ଗୁରୁତର ହେବା ପରେ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଣେ ନୂଆପଡ଼ାରୁ ଏକ ଡାକ୍ତରୀ ଦଳ ଯାଇ କୁସୁମଗୋର ଗାଁରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବାର ଖବର ମିଳିଛି।
The post ନୂଆପଡ଼ା: ଝାଡ଼ାବାନ୍ତିରେ ଗୋଟିଏ ପରିବାରର ଜଣେ ମୃତ, ୮ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/2LqgIKj
0 Comments