କଟକ/ମାହାଙ୍ଗା: ମାହାଙ୍ଗା ହତ୍ୟାକାଣ୍ତରେ ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଳିସ ଦ୍ବାରା ଗଠିତ ପାଞ୍ଚ ଜଣିଆ ଟିମ୍। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଚୈତନ୍ୟ ସେଠୀ। କଟକ ଚୌଦ୍ବାର ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଥିବାବେଳେ ହତ୍ୟାକଣ୍ତରେ ସମ୍ପୃକ୍ତ ଥିବା ଆଉ ୪ ଜଣ ଅଭିଯୁକ୍ତଙ୍କୁ ଏବେ ବି ଗ୍ରାମାଞ୍ଚଳ ପୁଲିସ ଖୋଜୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨ ତାରିଖ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ବିଭତ୍ସ ଭାବେ ହତ୍ୟା କରା ଯାଇଥିବା ବେଳେ ଏହି ହତ୍ୟା ରାଜନୈତିକ ଶତ୍ରୁତା ନେଇ ଅଭିଯୋଗ ହୋଇଥିବା ବେଳେ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ପାଞ୍ଚ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତ ଚୈତନ୍ୟ ସେଠୀଙ୍କୁ କଟକର ଚୌଦ୍ବାର ଅଞ୍ଚଳରୁ ଟିମ ଗିରଫ କରିଛି। ଏହାସହ ଏହି ହତ୍ୟାକାଣ୍ତରେ ସମ୍ପୃକ୍ତ ଥିବା ଆଉ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ସୂଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା, ସେ ସଂପର୍କରେ ଗ୍ରାମଞ୍ଚଳ ପୁଲିସ କିଛି ସ୍ପଷ୍ଟ କରି ନଥିଲା।
The post ମାହାଙ୍ଗା ହତ୍ୟାକାଣ୍ତ: ଚୌଦ୍ବାର ଅଞ୍ଚଳରୁ ପୁଣି ଜଣେ ଗିରଫ, ଆଉ ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ first appeared on Sambad.
from ଜିଲ୍ଲା – Sambad https://ift.tt/2MCKz2J
0 Comments